ମନୋରଞ୍ଜନ

ଦହାଡ଼୍ ପାଇଁ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା 

(ମୁମ୍ବାଇ) :  ୱେବ୍‌ ସିରିଜ୍ ଦହାଡ଼୍ ପାଇଁ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ପ୍ରାଇମ୍‌ ଭିଡିଓରେ ପ୍ରସାରିତ ଉକ୍ତ ୱେବ୍‌ ସିରିଜ୍‌ରେ ସୋନାକ୍ଷୀ ଜଣେ ପୁଲିସ ଅଫିସର ଭୂମିକାରେ ଅଭିନୟ କରି ଉଭୟ ସମାଲୋଚକ ଏବଂ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସୋନାକ୍ଷୀଙ୍କ ବ୍ୟତୀତ ଏହି ସିନେମାରେ ବିଜୟ ବର୍ମା, ଗୁଲଶନ ଦେବୈୟା ଏବଂ ସୋହମ ଶାହ ପ୍ରମୁଖ ଲିଡ୍‌ ରୋଲ୍‌ରେ ଦେଖିବାକୁ ମିଳିଛନ୍ତି।ତେବେ ସୋନାକ୍ଷୀ ଦହାଡ଼ ଜରିଆରେ ଡିଜିଟାଲ ମନୋରଞ୍ଜନ ଦୁନିଆରେ ପ୍ରବେଶ କରିଛନ୍ତି। ଅଞ୍ଜଳି ଭଟ୍ଟି ନାମରେ ସେ ଜଣେ ସବ୍‌ ଇନ୍ସପେକ୍ଟର ରୋଲ୍‌ କରିଛନ୍ତି।

ଜଣେ କର୍ମଜୀବୀ ମହିଳାଙ୍କ ଭଳି ସେ ଉଭୟ ଘର ଏବଂ ପୁଲିସ ଅଧିକାରୀ ଦାୟିତ୍ବ ତୁଲାଇବା ବେଳେ ବିଭିନ୍ନ ଆହ୍ବାନକୁ ସାମ୍ନା କରିଛନ୍ତି। କାହାଣୀରେ ଥିବା ସେହି ଆହ୍ବାନକୁ ଦେଖି ସେ ସିନେମାରେ ଅଭିନୟ କରିବାକୁ ହଁ ଭରିଥିଲେ। ଜୋୟା ଅଖତର ଓ ରିମା କାଟ୍‌ଗିଙ୍କ ଦ୍ବାରା ସୃଷ୍ଟି କରାଯାଇଥିବା ଏହି ସିରିଜ୍‌ରେ ୮ଟି ଅଧ୍ୟାୟ ରହିଛି। ପ୍ରତି ଅଧ୍ୟାୟର ଅବଧି ୪୯ରୁ ୫୯ ମିନିଟ ଭିତରେ ରହିଛି।

Related posts

କ୍ୟାନସରରେ ପୀଡ଼ିତ ହେଲେ ଅଭିନେତ୍ରୀ ମହିମା ଚୌଧୁରୀ

mahabharatanews

ଶିଳ୍ପା ଏବଂ ରାଜଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ

mahabharatanews

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ଚର୍ଚ୍ଚିତ ଦମ୍ପତି

mahabharatanews