ମନୋରଞ୍ଜନ

ପରଲୋକରେ ବଲିଉଡର ଲୋକପ୍ରିୟ ଅଭିନେତା ରିଓ କପାଡିଆ

(ମୁମ୍ବାଇ) : ପରଲୋକରେ ବଲିଉଡର ଲୋକପ୍ରିୟ ଅଭିନେତା ରିଓ କପାଡିଆ। ଫିଲ୍ମ  ସେପ୍ଟେମ୍ବର ୧୪ରେ ରିଓଙ୍କର ଦେହାନ୍ତ ହୋଇଥିବା ବେଳେ ତାଙ୍କ ବନ୍ଧୁ ଫୈଜଲ ମଲିକ୍ ଏହି ଖବରକୁ ନିଶ୍ଚିତ କରିଛନ୍ତି। ଆଜି ସେପ୍ଟେମ୍ବର ୧୫ରେ ଗୋରେଗାଓଁର ଶିବ ଧାମ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ମୃତ୍ୟୁ ବେଳକୁ ରିଓଙ୍କୁ ୬୬ବର୍ଷ ବୟସ ହୋଇଥିଲା ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ ,ରିଓଙ୍କ ଫିଲ୍ମ କ୍ୟାରିୟରକୁ ଦେଖିବାକୁ ଗଲେ ସେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି। କିଛି ବର୍ଷ ମଧ୍ୟରେ ସେ ‘ଖୁଦା ହାଫିଜ୍’, ‘ବିଗ୍ ବୁଲ୍’,‘ ଏଜେଣ୍ଟ ବିନୋଦ’ ଆଦି ବିଭିନ୍ନ ଚଳଚ୍ଚିତ୍ରରେ ନଜର ଆସିଥିଲେ। ନିକଟରେ ତାଙ୍କୁ ‘ମେଡ୍ ଇନ୍ ହେଭେନ ୨’ର ଏକ ଏପିସୋଡରେ ଦେଖିବାକୁ ମିଳିଥିଲା।

Related posts

୭୫ତମ ଜନ୍ମଦିନ ପାଳିଲେ ଡ୍ରିମ୍‌ଗାର୍ଲ 

mahabharatanews

‘କରାଚି ଟୁ ନୋଏଡା’; ଅଡିସନ ଆରମ୍ଭ

mahabharatanews

ଭେଣ୍ଟିଲେଟରରେ ଭର୍ତ୍ତି ହେଲେ ଅରୁନ୍ଧତୀ ନାୟର

mahabharatanews