ଓଡିଶା

ଯାଇଥିଲେ ୩ ଜଣ ଫେରିଲା ଜଣେ

ଯାଜପୁର: ଗୋଧାଇବାକୁ ଯାଇ ଆଉ ଫେରିଲେନି ୨ ଯୁବକ । ଯାଜପୁର ବଡ଼ଚଣା ଗେଙ୍ଗୁଟି ନଦୀରେ ଗାଧୋଉଥିବା ବେଳେ ଦୁଇ ଯୁବକ ମୃତ । ସଞ୍ଜୟନଗର ଅଞ୍ଚଳର ତିନି ଜଣ ଯୁବକ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଦୁଇ ଜଣ ଯୁବକଙ୍କ ଗୋଡ଼ ଖସି ଯାଇ ନଦୀରେ ବୁଡି ଯାଇଥିଲେ। ଆଜି ଏପରି ହୃଦୟବିଦାରକ ଘଟଣା ଯାଜପୁର ଜିଲ୍ଲାରେ ଘଟିଛି। ମୃତକ ହେଲେ ଅମିତ ଖଣ୍ଡାଇ ଓ ମଳୟ ନାୟକ । ଗାଧୋଇବା ବେଳେ ସେମାନଙ୍କ ଗୋଡ଼ ଚୋରା ବାଲି ଫସି ଯାଇଥିଲେ। ଆଉ ବାହାରି ପାରିନଥିଲେ। ଚିତ୍କାର ଶୁଣି ନଦୀ କୂଳରେ ଥିବା ଲୋକମାନେ ସେମାନଙ୍କୁ ଉଦ୍ଧାର କରି ବଡଚଣା ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବଡଚଣା ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Related posts

ଜିଲ୍ଲା ସଭାପତିଙ୍କ ଗାଡିକୁ ଧକ୍କା ଦେଲା ବରଯାତ୍ରୀ ଗାଡି

mahabharatanews

ଚତୁର୍ଥ ପର୍ଯ୍ୟାୟରେ ମୋଟ ୭୩ ପ୍ରତିଶତ ମତଦାନ

mahabharatanews

୧୧୨ କିଲୋ ଗଞ୍ଜେଇ ଜବତ, ୫ ଗିରଫ

mahabharatanews