(କୋଲକତା) : ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ତଥା ‘ବିସିସିଆଇ’ର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କ ସୁରକ୍ଷା ବ୍ୟବସ୍ଥା ‘ଜେଡ୍’ ବର୍ଗକୁ ବୃଦ୍ଧି କରାଇବା ଲାଗି ପଶ୍ଚିମବଙ୍ଗ ସରକାର ସ୍ଥିର କରିଥିବା କଥା ପ୍ରାଥମିକ ସୂଚନା ମିଳିଛି । ରାଜ୍ୟ ସଚିବାଳୟ ପ୍ରତିନିଧିମାନେ ଗାଙ୍ଗୁଲୀଙ୍କ ବେହାଲା ଅଫିସ୍ରେ ପହଞ୍ଚି ଲାଲ୍ବଜାରସ୍ଥିତ କୋଲ୍କାତା ପୁଲିସ ମୁଖ୍ୟାଳୟ ଓ ସ୍ଥାନୀୟ ଥାନା ଅଧିକାରୀମାନଙ୍କ ସହିତ ବୈଠକ କରିଥିଲେ।
ସୂଚନାନୁଯାୟୀ , ଗାଙ୍ଗୁଲୀଙ୍କୁ ଯୋଗାଇ ଦିଆ ଯାଇଥିବା ‘ୱାଇ’ ବର୍ଗର ସୁରକ୍ଷା ସମୟ ସୀମା ଶେଷ ହୋଇଯିବାରୁ ମଙ୍ଗଳବାର ଦିନ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି।