ଖେଳଭାରତ

ବଢ଼ିଲା ସୌରଭ ଗାଙ୍ଗୁଲୀଙ୍କ ସୁରକ୍ଷା ବ୍ୟବସ୍ଥା

(କୋଲକତା) :  ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ତଥା ‘ବିସିସିଆଇ’ର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କ ସୁରକ୍ଷା ବ୍ୟବସ୍ଥା ‘ଜେଡ୍‌’ ବର୍ଗକୁ ବୃଦ୍ଧି କରାଇବା ଲାଗି ପଶ୍ଚିମବଙ୍ଗ ସରକାର ସ୍ଥିର କରିଥିବା କଥା ପ୍ରାଥମିକ ସୂଚନା ମିଳିଛି । ରାଜ୍ୟ ସଚିବାଳୟ ପ୍ରତିନିଧିମାନେ ଗାଙ୍ଗୁଲୀଙ୍କ ବେହାଲା ଅଫିସ୍‌ରେ ପହଞ୍ଚି ଲାଲ୍‌ବଜାରସ୍ଥିତ କୋଲ୍‌କାତା ପୁଲିସ ମୁଖ୍ୟାଳୟ ଓ ସ୍ଥାନୀୟ ଥାନା ଅଧିକାରୀମାନଙ୍କ ସହିତ ବୈଠକ କରିଥିଲେ।

ସୂଚନାନୁଯାୟୀ , ଗାଙ୍ଗୁଲୀଙ୍କୁ ଯୋଗାଇ ଦିଆ ଯାଇଥିବା ‘ୱାଇ’ ବର୍ଗର ସୁରକ୍ଷା ସମୟ ସୀମା ଶେଷ ହୋଇଯିବାରୁ ମଙ୍ଗଳବାର ଦିନ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି।

 

Related posts

ସଞ୍ଜୟ ସିଂକୁ ବଡ଼ ଝଟକା

mahabharatanews

୩୧ ରବିବାରେ ଖୋଲିବ ବ୍ୟାଙ୍କ

mahabharatanews

ୟୁକ୍ରେନ୍ ଫେରନ୍ତା ଓଡିଆ ଛାତ୍ରଛାତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

mahabharatanews