ଓଡିଶା

ଆସିଲା ମାଟ୍ରିକ ରେଜଲ୍ଟ,

(ଭୁବନେଶ୍ୱର) : ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ) ଦ୍ବାରା ପରିଚାଳିତ ୨୦୨୩ ମାଟ୍ରିକ୍‌ , ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷାଫଳ  ପ୍ରକାଶ ପାଇଲା । ଛାତ୍ରଛାତ୍ରୀ ନିଜ ମୋବାଇଲରୁ ପରୀକ୍ଷାଫଳ ଜାଣିବାକୁ ହେଲେ OR10 ନିଜର ରୋଲ୍‌ ନମ୍ବର ଲେଖି 5676750 ନମ୍ବରକୁ ଏସ୍‌ଏମ୍‌ଏସ୍‌ କଲେ ପରୀକ୍ଷାଫଳ ଜାଣିପାରିବେ। ଚଳିତ ବର୍ଷ ପାସ୍‌ ହାର ୯୬.୪୦% ରହିଛି। ମାଟ୍ରିକ ରେଜଲ୍ଟ ସହ ଆଜି ଷ୍ଟେଟ୍ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି।

ସୂଚନାନୁଯାୟୀ ,  କଟକସ୍ଥିତ ବୋର୍ଡ ମୁଖ୍ୟାଳୟରେ  ଗଣଶିକ୍ଷା ବିଭାଗ ମନ୍ତ୍ରୀ ଓ ସଚିବଙ୍କ ଉପସ୍ଥିତି ପରୀକ୍ଷାଫଳ ପ୍ରକାଶ ପାଇଛି । ଦିନ ୧୨ଟା ସୁଦ୍ଧା ୱେବ୍‌ସାଇଟ୍‌ ଓ ଏସ୍‌ଏମ୍‌ଏସ୍‌ ଜରିଆରେ ପରୀକ୍ଷାଫଳ ଉପଲବ୍ଧ ହୋଇଛି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

 

 

Related posts

ଆଜିଠୁ ଅନଲାଇନରେ ଟିକେଟ ବିକ୍ରି

mahabharatanews

ରାଜ୍ୟରେ ୪ ବର୍ଷରେ ୧୬୨୧ ଜୀବନ ନେଲାଣି ବଜ୍ରପାତ

mahabharatanews

ନିର୍ମାଲ୍ୟ ଓ ମହାପ୍ରସାଦର ଅନଲାଇନ ବିକ୍ରିକୁ ବିରୋଧ କରିଛି ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ

mahabharatanews