ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର (ମେ ୧୯) ରୁ ତିନୋଟି ଦେଶ ଗସ୍ତ କରିବାକୁ ଯାଉଛନ୍ତି। ଏହି ଦେଶଗୁଡିକ ମଧ୍ୟରେ ଜାପାନ, ପାପୁଆ ନ୍ୟୁ ଗିନି ଏବଂ ଅଷ୍ଟ୍ରେଲିଆ ଅନ୍ତର୍ଭୁକ୍ତ ଜ୍ଝ ବୈଦେଶିକ ସଚିବ ବିନୟ କ୍ୱାଟ୍ରା ଗୁରୁବାର (ମେ ୧୮) ଏହି ସୂଚନା ଦେଇଛନ୍ତି। ମେ ୧୯ ରୁ ୨୧ ପର୍ୟ୍ୟନ୍ତ ଜାପାନରେ ହେବାକୁ ଥିବା ଜି -୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗଦେବେ। ହିରୋସିମାଠାରେ ହେବାକୁ ଥିବା ଏହି ବୈଠକ ପାଇଁ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ତାଙ୍କ ପ୍ରତିପକ୍ଷଙ୍କୁ ନିମନ୍ତ୍ରଣ ପଠାଇଥିଲେ। ବୈଦେଶିକ ସଚିବ କ୍ୱାଟ୍ରା କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ସକାଳେ ଜାପାନ ଯିବେ। ହିରୋସିମାରେ ସେ ଜାପାନର ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଆମେ ଜାପାନରେ କ୍ୱାଡ ନେତାଙ୍କ ଏକ ବୈଠକ ଯୋଜନା କରୁଛୁ। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଜି -୭ ଅଧିବେଶନରେ ଅଂଶଗ୍ରହଣକାରୀ ଦେଶମାନଙ୍କ ସହ ଶାନ୍ତି, ସ୍ଥିରତା ଏବଂ ଖାଦ୍ୟ, ସାର ଏବଂ ଶକ୍ତି ସୁରକ୍ଷା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଶିଖର ସମ୍ମିଳନୀ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କିଛି ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ।
ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହା ପରେ ପ୍ରଧାନମନ୍ତ୍ରୀ ପାପୁଆ ନ୍ୟୁ ଗିନିର ପୋର୍ଟ ମୋରସବି ଯିବେ। ଏଠାରେ ସେ ମେ ୨୨ ପାପୁଆ ନିଉ ଗୁଇନିଆ ସହିତ ଇଣ୍ଡୋ-ପାସିଫିକ୍ ଦ୍ୱୀପପୁଞ୍ଜ ସହଯୋଗ ଫୋରମର ତୃତୀୟ ଶିଖର ସମ୍ମିଳନୀ ଆୟୋଜନ କରିବେ ଜ୍ଝ ଇଣ୍ଡୋ-ପାସିଫିକ୍ ଦ୍ୱୀପ ପୁଞ୍ଜ ସହଯୋଗ ଫୋରମ୍ ଭାରତ ଏବଂ ୧୪ ପ୍ରଶାନ୍ତ ଦ୍ୱୀପ ପୁ୍ଞ୍ଜକୁ ନେଇ ଗଠିତ ଜ୍ଝ ଏହି ଦେଶଗୁଡ଼ିକ ହେଉଛି ଫିଜି, ପାପୁଆ ନ୍ୟୁ ଗିନି, ଟୋଙ୍ଗା, ଟୁଭାଲୁ, କ୍ରିବାଟି, ସାମୋଆ, ଭାନୁଆଟୁ, ନିୟୁ, ମାଇକ୍ରୋନେସିଆ, ମାର୍ଶଲ ଦ୍ୱୀପପୁଞ୍ଜ, କୁକ୍ ଦ୍ୱୀପପୁଞ୍ଜ, ପାଲାଉ, ନାଉରୁ ଏବଂ ସୋଲେମାନ ଦ୍ୱୀପପୁଞ୍ଜ ଜ୍ଝ ପାପୁଆ ନ୍ୟୁ ଗିନିରେ ପିଏମ ମୋଦୀ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିବେ। ପ୍ରଧାନମନ୍ତ୍ରୀ ମଧ୍ୟ ଏଠାରେ ଦ୍ୱିପାକ୍ଷିକ ବୈଠକ କରିବେ। ଏଥି ମଧ୍ୟରେ ରାଜ୍ୟପାଳ ଜେନେରାଲ୍ ବବ୍ ଦାଦାଇ ଏବଂ ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେଙ୍କ ସହ ତାଙ୍କର ସାକ୍ଷାତ ଅନ୍ତର୍ଭୁକ୍ତ। ପାପୁଆ ନ୍ୟୁ ଗିନିରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ହେବ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ୨୨ ରୁ ୨୪ ମେ ପର୍ୟ୍ୟନ୍ତ ଅଷ୍ଟ୍ରେଲିଆର ସିଡନୀ ଯିବେ। ସେ ୨୪ ମଇରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲ୍ୱନିଜ ବୈ ଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ପ୍ରଧାନମନ୍ତ୍ରୀ ଏଠାରେ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏବଂ ବ୍ୟବସାୟ ନେତାଙ୍କ ସହ ଯୋଗାଯୋଗ କରିବେ। ସେ ୨୩ ମଇରେ ସିଡନୀରେ ଭାରତର ଲୋକଙ୍କୁ ସମ୍ବୋଧିତ କରିବେ । ପିଏମ ମୋଦୀଙ୍କ ସହ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଲବାନେ ମଧ୍ୟ ଏହି କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ।
previous post
