ଭାରତ

୨ ଦିନରେ ୪ ପାକିସ୍ତାନୀ ଡ୍ରୋନ ନଷ୍ଟ କଲା ‘ବିଏସଏଫ୍’

(ପଞ୍ଜାବ) : ପାକିସ୍ତାନୀ ଡ୍ରୋନକୁ ଗୁଳି ମାରି ଖସାଇଲା ‘ବିଏସଏଫ୍’। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି  ପଞ୍ଜାବର ଅମୃତସରରେ । ଡ୍ରୋନ ସହ ଏକ ବ୍ୟାଗ୍ ମଧ୍ୟ ଉଦ୍ଧାର କରାଯାଇଛି । ତେବେ ଗତ ୨ ଦିନ ମଧ୍ୟରେ ପାକିସ୍ତାନରୁ ଆସିଥିବା ଏହା ହେଉଛି ୪ ର୍ଥ ଡ୍ରୋନ୍ । ଏନେଇ ବିଏସଏଫ୍ ପଞ୍ଜାବ ଫ୍ରଣ୍ଚିୟର୍ ଟୁଇଟ୍ କରି ସୂଚନା ଦେଇଛି ।

ସୂଚନାନୁଯାୟୀ ,ଜଣେ ବିଏସଏଫ୍ ଶନିବାର ଦିନ ପାକିସ୍ତାନର ଏକ ଡ୍ରୋନକୁ ଗୁଳି କରି ଖସାଯାଇଛି । ଡ୍ରୋନ୍ ସହ ଏକ ବ୍ୟାଗ ମଧ୍ୟ ଜବତ କରାଯାଇଛି  ଏହା ପୂର୍ବରୁ ମଧ୍ୟ ୩ଟି ପାକିସ୍ତାନୀ ଡ୍ରୋନକୁ ନଷ୍ଟ କରାଯାଇସାରିଛି । ପ୍ରଥମ ତିନୋଟି ଡ୍ରୋନରୁ ପ୍ରାୟ 2.6 କିଲୋ ହେରୋଇନ୍ ଥିବା 2 ପ୍ୟାକେଟ୍ ଉଦ୍ଧାର କରାଯାଇଥିଲା । ଶନିବାର ରାତିରେ ଭାରତ ସୀମା ଭିତରକୁ ପସିଆସିଥିବା ଏକ ପାକିସ୍ତାନୀ ଡ୍ରୋନକୁ ଅମୃତସର ସେକ୍ଟରର ଜାଗ୍ରତ ବିଏସଏଫ୍ ଯବାନ ମାନେ ଗୁଳିକରି ଖସାଇ ଦେଇଛନ୍ତି ।

Related posts

ବିଦର୍ଭକୁ ହରାଇବାକୁ ଓଡ଼ିଶା ସମ୍ମୁଖରେ ୩୪୫ ରନ୍‌ର କଷ୍ଟସାଧ୍ୟ ଲକ୍ଷ୍ୟ

mahabharatanews

ଦେଶରେ ଦିନକରେ ୧,୩୩୫ କରୋନା ସଂକ୍ରମଣ ଚିହ୍ନଟ

mahabharatanews

ଶେଖ ହସିନାଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି

mahabharatanews