ଭାରତ

୨୪ ଘଣ୍ଟାରେ ଦେଶରୁ ୪୭୩ କରୋନା ସଂକ୍ରମିତ ଚିହ୍ନଟ

(ଦିଲ୍ଲୀ) : କେତେବେଳେ ତଳ ତା କେତେବେଳେ ଉପର ମୁହାଁ ହେଉଛି ସଂକ୍ରମଣ ସଂଖ୍ୟା । ୨୪ ଘଣ୍ଟାରେ ଦେଶରୁ ୪୭୩ କରୋନା ସଂକ୍ରମିତ ଚିହ୍ନଟ  ହୋଇଛନ୍ତି । ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୫୦୦ ତଳକୁ ଖସି ଆସିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୮,୦୦୦ ତଳକୁ ଚାଲି ଆସିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।

ସୂଚନାନୁଯାୟୀ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୭୩ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ଗତ ୨୪ ‌ଘଣ୍ଟାରେ ୭ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୧,୮୩୯କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୪,୪୭,୪୭୨। ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୮୦% ରହିଛି।

Related posts

ବିବେକ ଭୋଟ ଦେବା ପାଇଁ କହିଲେ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନା

mahabharatanews

କଳିକ ଧାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ

mahabharatanews

ୟୁପିଆଇକୁ ନିର୍ବାଚିତ ହେଲେ ସାଂସଦ ଅପରାଜିତା ଷଡଙ୍ଗୀ

mahabharatanews