(ଶ୍ରୀନଗର) : ଆଜି ଶେଷ ଦିନରେ ଜି-୨୦ ବୈଠକ । ଶ୍ରୀନଗରରେ ୩ ଦିନ ଧରି ଚାଲିଥିବା ଜି-୨୦ ଟୁରିଜିମ ୱାର୍କିଂ ଗ୍ରୁପ୍ ବୈଠକ ହୋଇଛି। ବୈଠକର ଶେଷ ଦିନରେ ଜି-୨୦ ରାଷ୍ଟ୍ରର ପ୍ରତିନିଧିମାନେ ଆଜି ଶ୍ରୀନଗରରେ ମୁଗଲ ଗାର୍ଡେନ ଏବଂ ପୋଲ ଭିଉ ମାର୍କେଟ୍ ବୁଲିଛନ୍ତି।
ସୂଚନାନୁଯାୟୀ ,ପ୍ରତିନିଧିମାନେ ଆଜି ପୋଲ ଭିଉ ମାର୍କେଟ୍ରୁ ପାରମ୍ପରିକ ସାମଗ୍ରୀ କିଣିଛନ୍ତି। ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଜି-୨୦ ବୈଠକ ଅବସରରେ କହିଛନ୍ତି, ଜମ୍ମୁ କାଶ୍ମୀରରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି ଏବଂ ଏହା ଶାନ୍ତି ଓ ବିକାଶ ପାଇଁ ବାଟ ଫିଟାଇ ଦେଇଛି। କାଶ୍ମୀରରେ ନୂଆ ଯୁଗ ଆରମ୍ଭ ହୋଇଛି। କାଶ୍ମୀର ଆଜି ଦେଶର ଏକ ବିକଶିତ ଅଂଚଳରେ ପରିଣତ ହୋଇଛି ବୋଲି ସେ କହିଛନ୍ତି।