ମନୋରଞ୍ଜନ

କପିଲ ଶର୍ମା ସୋରେ ନଜର ଆସିବେ ଅନ୍ତର୍ଜାତୀୟ କ୍ରିକେଟର

(ମୁମ୍ବାଇ) : ଲୋକପ୍ରିୟ ସୋ’ରେ କପିଲ ଶର୍ମାଙ୍କ ପରି ଅନ୍ୟ କଳାକାରମାରନେ ବି ଭର୍‌ପୂର ମନୋରଞ୍ଜନ କରାଇଥାନ୍ତି। ଆପଣ ଜାଣି ଖୁସି ହେବେ ଯେ ବର୍ତ୍ତମାନ ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି ଏବଂ ୱେଷ୍ଟଇଣ୍ଡିଜର ପୂର୍ବତନ କ୍ୟାପଟେନ୍ ତଥା ବ୍ୟାଟର କ୍ରିସ୍ ଗେଲ୍ ଏହି ସୋ’ରେ ନଜର ଆସିବେ ।

ସୂଚନାନୁଯାୟୀ , ସୋ’ର ନିର୍ମାତା ଜାରି କରିଥିବା ନୂଆ ପ୍ରୋମୋ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଖୁସି ଆଣିଛି । ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି ଖୁବ ଶୀଘ୍ର ଏହି ସୋ’ରେ ନଜର ଆସିବା ନେଇ ପ୍ରୋମୋରେ ଉପସ୍ଥାପନ କରାଯାଇଛି । ଏହାସହ ବ୍ରେଟ୍ ଲି  କପିଲଙ୍କ ସହ ଏକ ଫଟୋ ଟ୍ଵିଟରରେ ପୋଷ୍ଟ କରିଛନ୍ତି । ଏପରିକି ସାକ୍ଷାତ ହେଲେ ତାଙ୍କର “ସିଡନୀ ବିୟର” ମଧ୍ୟ ସେୟାର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Related posts

ନାଲି ଶାଢ଼ୀ ପିନ୍ଧି ବଧୂ ବେଶରେ ନୟନତାରା

mahabharatanews

ଅଭିନେତା ମନସୁର ଅଲି ଖାନ୍ ଫେରାର 

mahabharatanews

୫୦୦କୋଟି ଟଙ୍କା କ୍ଲବରେ ଏଣ୍ଟ୍ରି କଲା ‘ସାଲାର’ 

mahabharatanews