ଓଡିଶା

ତାତିର ପ୍ରଭାବ,୯ ସହରରେ ତାପମାତ୍ରା ୪୦ ଡିଗ୍ରି

(ଭୁବନେଶ୍ୱର) :  ରାଜ୍ୟରେ ତାତିର ପ୍ରଭାବ ରହୁଛି। ରବିବାର ଦିନ ପଶ୍ଚିମ ଓଡ଼ିଶାର ୯ ସହରର ତାପମାତ୍ରା ୪୦ ଅତିକ୍ରମ କରିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମଧ୍ୟ ପଶ୍ଚିମ ଓଡ଼ିଶାରେ ଏହିଭଳି ତାପମାତ୍ରା ଜାରି ରହିବ। ଦିନ ତାପମାତ୍ରା ୪୨ ଡିଗ୍ରି ପାଖାପାଖି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ୪୨.୨ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ଝାରସୁଗୁଡ଼ାରେ ୪୧.୮ ଡିଗ୍ରି, ବରଗଡ଼ରେ ୪୧.୫, ସୁନ୍ଦରଗଡ଼ରେ ୪୧.୨, ହୀରାକୁଦରେ ୪୧.୧, ଟିଟିଲାଗଡ଼ରେ ୪୦.୬, ନୂଆପଡ଼ା ଓ ଭବାନୀପାଟଣାରେ ୪୦ ଡିଗ୍ରି ଦିନ ତାପମାତ୍ରା ରହିଥିଲା। ଦିନର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା‌ ୨୪ ଡିଗ୍ରି ମଧ୍ୟରେ ରହିପାରେ।

 

 

Related posts

 ୧୭ରେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ 

mahabharatanews

ଅଟୋ-ଟ୍ରାକ୍ଟର ଧକ୍କାରେ ଛାତ୍ର ମୃତ, ୯ ଆହତ

mahabharatanews

ବିଜେଡିରେ ମିଶିଲେ କବିସୂର୍ୟ୍ୟନଗରର ବିଜେପି ଓ କଂଗ୍ରେସ କର୍ମୀ

mahabharatanews