ଭାରତ

ଗିରଫ ହେଲେ ୧,୫୦୦ରୁ ଅଧିକ ଜଳବାୟୁ କର୍ମୀ 

(ନେଦରଲାଣ୍ଡ) :  ନେଦରଲାଣ୍ଡର ହେଗଠାରେ ହଜାର ହଜାର ଜଳବାୟୁ କର୍ମୀ ଆନ୍ଦୋଳନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୧,୫୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଡଚ୍ ପୁଲିସ ଦ୍ବାରା  କରାଯାଇଥିବା ଜଣାପଡ଼ିଛି। ହିଂସାତ୍ମକ ପଥ ଆପଣାଇଥିବାରୁ ସେମାନଙ୍କ ମଧ୍ୟରୁ ୪୦ ଜଣଙ୍କୁ ଗିରଫ କରାଯାଇଥିବା ହେଗ ପୁଲିସ ପକ୍ଷରୁ କୁହାଯାଇଛି।

ସୂଚନାନୁସାରେ . ଇଂଲଣ୍ଡର ପରିବେଶ ସଂଗଠନ ଏକ୍ଟିଙ୍କସନ ରିବେଲିୟନ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ଦାବି କରି ଏହି ଆନ୍ଦୋଳନ କରାଯାଇଥିଲା। କିନ୍ତୁ ଏହି ଜଳବାୟୁ କର୍ମୀମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ନ କରି ହିଂସାତ୍ମକ ପଥ ଆପଣାଇଥିବାରୁ ସେମାନଙ୍କ ମଧ୍ୟରୁ ୪୦ ଜଣଙ୍କୁ ଗିରଫ କରାଯାଇଥିବା ହେଗ ପୁଲିସ ପକ୍ଷରୁ କୁହାଯାଇଛି। ଭଙ୍ଗାରୁଜା କରିବା ଅଭିଯୋଗରେ ସେମାନଙ୍କ ବିରୋଧରେ ଆଇନ ଅନୁସାରେ ବିଚାର କରାଯିବ ବୋଲି ପୁଲିସ କହିଛି। ପ୍ରତିବାଦକାରୀମାନେ ଡଚ୍ ପାର୍ଲାମେଣ୍ଟ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଯାନବାହନ ଚଳାଚଳରେ ବାଧା ସୃଷ୍ଟି କରିଥିଲେ।

Related posts

ସିକ୍କିମର ନାଥୁଲା ଘାଟିରେ ହିମସ୍ଖଳନ, ୬ ମୃତ

mahabharatanews

ବିଚ୍‌ ରାସ୍ତାରେ ଚୌକି ଉପରେ ବସି ମଦ ପିଇଲେ ୟୁଟ୍ୟୁବର୍‌

mahabharatanews

ତେଲେଙ୍ଗାନାରେ ବନ୍ୟା ବିତ୍ପାତ; ୧୪ ମୃତଦେହ ଉଦ୍ଧାର

mahabharatanews