ଓଡିଶା

ଗତ ୨୪ଘଣ୍ଟାରେ ଦେଶରୁ ୨୨୪ କରୋନା ସଂକ୍ରମିତ ଚିହ୍ନଟ

 (ଭୁବନେଶ୍ୱର) : ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ  । କରୋନା ଦୈନିକ ସଂକ୍ରମଣ ମାମଲାରୁ ମିଳିଛି ଆଶ୍ୱସ୍ତି । ଗତ ୨୪ଘଣ୍ଟାରେ ସାରା ଦେଶରେ ମୋଟ ୨୨୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣ ମାମଲା ଦୁଇ ଶହକୁ ଖସି ଆସିଛି । ଏହା ସହିତ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟନୁସାରେ ଗତ ୨୪ଘଣ୍ଟାରେ ସାରା ଦେଶରେ ମୋଟ ୨୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ୪୨୯ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ପରେ ଦେଶରେ ସକ୍ରିୟ ମାମଲା ୪୫୦୩  ରେ ପହଞ୍ଚିଛି । ଏହି ସମୟରେ ମାତ୍ର ଜଣେ କରୋନା ଆକ୍ରାନ୍ତଙ୍କ ଦେହାନ୍ତ ହୋଇଛି । ଦେଶରେ ବର୍ତ୍ତମାନ ମୋଟ ୪୪୯୯୦୨୭୮ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ ୪ କୋଟି ୪୪  ଲକ୍ଷ ୫୩ ହଜାର ୯୦୮ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି ।

Related posts

୨୩ରୁ ଖୋଲିବ ଧର୍ମାନୁଷ୍ଠାନ

mahabharatanews

ହିଞ୍ଜିଳିରେ ସନ୍ଦେହ ଜନକ ମୃତ୍ୟୁକୁ ନେଇ ହଇଚଇ

mahabharatanews

 ଲିଙ୍ଗରାଜ ମନ୍ଦିର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କଲେ ୫ଟି ସଚିବ

mahabharatanews