ମନୋରଞ୍ଜନ

‘ପୁଷ୍ପା ୨’କଳାକାର ହେଲେ ଗାଡି ଦୁର୍ଘଟଣାର ଶିକାର

କଳାକାରଙ୍କୁ ଧରି ଫିଲ୍ମ ‘ପୁଷ୍ପା ୨’ ଶୁଟିଂ ସାରି ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଗାଡ଼ି। କଳାକାରଙ୍କୁ ଧରି ଆନ୍ଧ୍ରପ୍ରଦେଶରୁ ଶୁଟିଂ ସାରି ହାଇଦ୍ରାବାଦ ଫେରୁଥିଲା। ଏଥିରେ ୨ ଜଣ ଆହତ ହୋଇଛନ୍ତି। ବସ୍‌ଟି  ‘ପୁଷ୍ପା ୨’ର ଏହି ସମୟରେ ତେଲେଙ୍ଗାନାର ନାଲଗୋନ୍ଦା ଜିଲ୍ଲାରେ ଆଜି ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି।

ସୂଚନାନୁସାରେ, ବସ୍‌ଟି ଫିଲ୍ମର କଳାକାରଙ୍କୁ ଧରି ଫେରୁଥିବା ବେଳେ ହାଇଦ୍ରାବାଦ-ବିଜୟୱାଡା ରାଜପଥର ନର୍‌କେଟପଲ୍ଲୀ ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଆର୍‌ଟିସି ବସ୍‌କୁ ଧକ୍କା ଦେଇଥିଲା। ଏଥିରେ ୨ ଜଣ କଳାକାର ସାମାନ୍ୟ ଆହତ ହୋଇଛନ୍ତି। ଗାଡ଼ି ଖରାପ ହେବା ଯୋଗୁ ଆର୍‌ଟିସି ବସ୍‌ ଡ୍ରାଇଭର ରାସ୍ତାକଡ଼ରେ ଗାଡ଼ି ରଖି ଏହାକୁ ଠିକ୍‌ କରୁଥିଲେ। ଏହି ସମୟରେ କଳାକାରଙ୍କୁ ଧରି ଫେରୁଥିବା ବସ୍‌ ଡ୍ରାଇଭର ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଗାଡ଼ିକୁ ଦେଖି ପାରିନଥିଲେ ଓ ଧକ୍କା ଦେଇଥିଲେ।

Related posts

ପଶ୍ଚିମବଙ୍ଗ ପ୍ରେକ୍ଷାଳୟରେ ‘ଦ କେରଳ ଷ୍ଟୋରି

mahabharatanews

ଆଜି ମୁକ୍ତିଲାଭ କରିବ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ଓଏମଜି-୨

mahabharatanews

୮ ତାରିଖକୁ ଘୁଞ୍ଚିଲା ଟୁଟୁ ନାୟକଙ୍କ ଜାମିନ ଶୁଣାଣି

mahabharatanews