ଭାରତ

ଥମୁନି ମଣିପୁର ହିଂସା : ଆଜି ସାମ୍ବାଦିକ ସମ୍ମିଳନୀ କରିବେ ଅମିତ ଶାହା

(ମଣିପୁର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମଣିପୁର ହିଂସା । ଏହି ସମୟରେ ରାଜ୍ୟର ସ୍ଥିତି ଅନୁଧ୍ୟାନ କରିବାକୁ ମଣିପୁର ଗସ୍ତରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା । ରାଜ୍ୟରେ ବାସ୍ତବ ସ୍ଥିତି ଏବଂ ହିଂସା ପ୍ରଭାବିତ ଅଞ୍ଚଳରେ ପରିସ୍ଥିତି ଅନୁଧ୍ୟାନ କରିବା ପରେ ଶାହା ଆଜି ସାମ୍ବାଦିକ ସମ୍ମିଳନୀ କରିବେ ।

ସୂଚନାନୁଯାୟୀ ,  ମଣିପୁରର ଇମ୍ଫାଲରେ ଏକ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଶାହା ତାଙ୍କ ଗସ୍ତର ତୃତୀୟ ଦିନ ବୁଧବାର ଦିନ ମୋରେହ ଏବଂ କାଙ୍ଗପୋକପି ପରିଦର୍ଶନ କରିଥିଲେ । ରାଜ୍ୟରେ ସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା ଉପରେ ଗୁରୁତ୍ୱ ଦେବାକୁ ଗୃହମନ୍ତ୍ରୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଇମ୍ଫାଲର ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକରେ ଶାହା ବରିଷ୍ଠ ଅଧିକାରୀଙ୍କଠାରୁ ମଣିପୁରର ସୁରକ୍ଷା ସ୍ଥିତିକୁ ଅନୁଧ୍ୟାନ କରିଥିଲେ । ମଣିପୁରକୁ ପୁଣି ଥରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ପଥରେ ଫେରାଇ ଆଣିବା ଏବଂ ଶୀଘ୍ର ସେମାନଙ୍କୁ ନିଜ ଘରକୁ ଫେରାଇ ଆଣିବା ଆମର ସଂକଳ୍ପ ବୋଲି କହିଛନ୍ତି  ଶାହା ।

Related posts

ହକି ବିଶ୍ୱକପ ପାଇଁ ସଜେଇ ହେଇଛି ରାଉରକେଲା ସହର

mahabharatanews

ପୁରୁଷ ହକି ବିଶ୍ବକପ ୨୦୨୩ର ଉଦଘାଟନ ସମାରୋହରେ ସାମିଲ ହେବେ ୩ କଂଗ୍ରେସ ମୁଖ୍ୟମନ୍ତ୍ରୀ

mahabharatanews

ଫ୍ଲାଏ ଓଭର ଭୁଶୁଡ଼ି ୧୦ ଶ୍ରମିକ ଆହତ

mahabharatanews