ଭାରତ

ଜମି ଦୁର୍ନୀତି ମାମଲା: ଇଡି ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ  

(ଝାଡ଼ଖଣ୍ଡ) : ଜମି ଦୁର୍ନୀତି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀମାନେ ରାଞ୍ଚିରେ ଥିବା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବାସଭବନରେ ପଚରାଉଚରା କରୁଥିବାବେଳେ ହେମନ୍ତ ସୋରେନଙ୍କ ପାର୍ଟି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଇଡି ଅଧିକାରୀଙ୍କ ବିରୋଧରେ ପୋଲିସରେ ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗ ଆଧାରରେ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି ।

ସୂଚନାନୁଯାୟୀ ,  ଝାଡଖଣ୍ଡର ଗୃହ ସଚିବଙ୍କୁ ମଧ୍ୟ ହଟାଇ ଦିଆଯାଇଛି। ଏସଏମ ଏସଟି ଅଧିନିୟମ ଅନୁଯାୟୀ ଜେଏମଏମ ଦ୍ୱାରା ଏକ ମାମଲା ରୁଜୁ ହୋଇଛି । ବର୍ତ୍ତମାନ ଇଡି ଟିମ୍ ହେମାନ୍ତ ସୋରେନଙ୍କୁ ଜମି ସ୍କାମ ମାମଲାରେ ପଚରାଉଚରା କରୁଛି । ସୂଚନାନୁସାରେ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା SCST ପୋଲିସ ଷ୍ଟେସନରେ ଦେଇଥିବା ଅଭିଯୋଗରେ ସିଏମ ହେମନ୍ତ ସୋରେନଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି ।

Related posts

ନିଟ୍ ବିବାଦ, ଗର୍ଜିଲା ବିଜେଡି

mahabharatanews

୩ରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ସୁବିଧା

mahabharatanews

ଖୁବଶୀଘ୍ର ବାହାରିବେ ୪୧ ଶ୍ରମିକ , ଆମ୍ବୁଲାନ୍ସ  ନିୟୋଜିତ 

mahabharatanews