ବିଶ୍ୱ

ମଞ୍ଚରେ ପଡ଼ିଗଲେ ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନ୍

ମଞ୍ଚରେ ପଡ଼ିଗଲେ ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନ୍ । କଲୋରାଡୋରେ ବାୟୁସେନାର କାର୍ଯ୍ୟକ୍ରମ ବେଳେ ଅଭିଭାଷଣ ସାରି ଫେରିବା ବେଳେ ଗୋଡ଼ ଖସିଯିବାରୁ ପଡିଯାଇଥିବା ସୂଚନା ମିଳିଛି । ତେବେ ବାଇଡେନ୍ ସୁରକ୍ଷିତ ଥିବା ନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାନୁସାରେ, ଗୁରୁବାର ଦିନ ଆମେରିକାର ବାୟୁସେନା ଏକାଡେମୀ ସମାରୋହରେ ଯୋଗଦେବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଫେରୁଥିବା ସମୟରେ ଷ୍ଟେଜ୍ ଉପରେ ତାଙ୍କ ଗୋଡ଼ ଖସି ଯାଇଥିଲା ଏବଂ ୮୦ ବର୍ଷିୟ ବାଇଡେନ ପଡିଯାଇଥିଲେ ବାଇଡେନଙ୍କୁ ତୁରନ୍ତ ବାୟୁସେନା ଅଧିକାରୀମାନେ ଉଠିବାରେ ସହାଯ୍ୟ କରିଥିଲେ । ଅନ୍ୟପଟେ ବାଇଡେନ ମଞ୍ଚ ଉପରେ ପଡ଼ିବା ପରେ ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି  ।

Related posts

ଭାରତ ତରଫରୁ ନାଦେଲାଙ୍କୁ ପଦ୍ମଭୂଷଣ ସମ୍ମାନ

mahabharatanews

ଡୋନାଲ୍ଟ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ବ୍ୟାନକୁ ହଟାଯିବ

mahabharatanews

ଋଷକୁ ନେଇ ମେଟାର ବଡ଼ ନିଷ୍ପତ୍ତି

mahabharatanews