ଓଡିଶା

ଏକ୍ସପ୍ରେସ ଟ୍ରେନ୍‌ରେ ଧୂଆଁ, ଡରିଲେ ଯାତ୍ରୀ

ଏକ୍ସପ୍ରେସ ଟ୍ରେନ୍‌ରୁ ହଠାତ୍‌ ବାହାରିଲା ଧୂଆଁ । ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସବି-୫ ବଗିରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ଯାହା ଦେଖି ଚକିତ ହୋଇପଡିଛନ୍ତି ଯାତ୍ରୀ  ।  ସମସ୍ତଙ୍କ ମନରେ ଭୟର ବାତାବରଣ ଦେଖିବାକୁ ମିଳିଛି  ।  ଆଉ ଏହା ଦେଖିବା ପରେ ଯାତ୍ରୀ ଭୟଭୀତ ହୋଇପଡ଼ିଛନ୍ତି । ଦେଶରେ ବାରମ୍ବାର ଟ୍ରେନ ଦୁର୍ଘଟଣାକୁ ନେଇ ଟ୍ରେନରେ ଯାତ୍ରାୟାତ କରିବାକୁ ଡରିଲେଣି ଲୋକେ  ।

ସୂଚନାନୁଯାୟୀ , ବ୍ରହ୍ମପୁର ଷ୍ଟେସନରେ ଧୂଆଁ ବାହାରିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇ ଓହ୍ଲାଇ ଯାଇଛନ୍ତି । ଧୂଆଁକୁ ନିର୍ବାପିତ କରାଯାଇଥିଲେ ବି ସେଥିରେ ଯିବାକୁ ଯାତ୍ରୀମାନେ ରାଜି ହେଉନାହାନ୍ତି । କରମଣ୍ଡଳ ଦୁର୍ଘଟଣା ମନରୁ ଲିଭିନଥିବା ବେଳେ ପୁଣି ଏପରି ଏକ ଘଟଣା ତାଙ୍କୁ ଭୟଭୀତ କରିପକାଇଛି ।

 

Related posts

ବିପର୍ଯ୍ୟୟ ପ୍ରଶମନ ଦିବସରେ ପ୍ରାକ୍ ପ୍ରସ୍ତୁତି ପାଇଁ ଶପଥ ପାଠ

mahabharatanews

କରୋନା ଆତଙ୍କ: ଜିଲ୍ଲା ସ୍ୱାସ୍ଥ୍ୟ ସେବାକୁ ନେଇ ପ୍ରଶ୍ନ

mahabharatanews

କୋରୋନା ସହାୟତାରେ ହାତ ବଢାଇଛନ୍ତି ଦୁଇ ଭଉଣୀ

mahabharatanews