ଓଡିଶା

ଷଷ୍ଠ ଦିନରେ ଶ୍ରୀଅଲାରନାଥଙ୍କ ଦର୍ଶନ,ବଢୁଛି ଭିଡ଼ 

(ବ୍ରହ୍ମଗିରି) : ଷଷ୍ଠ ଦିନରେ ପହଂଚିଛି ପ୍ରଭୁ ଶ୍ରୀଅଲାରନାଥଙ୍କ ଦର୍ଶନ । ଏଥିପାଇଁ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।  ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ସହଜ, ଶାନ୍ତିପୂର୍ଣ୍ଣ ତଥା ଶୃଙ୍ଖଳିତ ଦର୍ଶନ ପ୍ରସଂଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ସେପଟେ ଶ୍ରୀଜିଉଙ୍କ ଅଣସର ନୀତି ଆଉ ୧୦ଦିନ ଧରି ଚାଲିବ। ଏହିସମୟରେ ଶ୍ରୀଜିଉଙ୍କ ବଦଳରେ ପଟଦିଅଁ ପୂଜା ପାଇବେ। ଶ୍ରୀଜଗନ୍ନାଥ ରୂପରେ ଅନନ୍ତ ନାରାୟଣ, ବଡ଼ଠାକୁର ବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରାଙ୍କ ରୂପରେ ଭୁବନେଶ୍ୱରୀ ପୂଜା ପାଇବେ। ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ, କୃଷ୍ଣ ଓ ନୃସିଂହ ଭଗବାନଙ୍କ ପଟିଦିଅଁ  ପୂଜା ପାଉଛନ୍ତି ।

ସୂଚନାନୁଯାୟୀ,   ଏଣୁ ଏଠାକୁ ଭକ୍ତମାନଙ୍କର ଶୃଙ୍ଖଳିତ ତଥା ନିରାପଦ ଯାତ୍ରାକୁ ନିଶ୍ଚିତ କରିବା ପାଇଁ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ସ୍ୱତନ୍ତ୍ର ‘ମୋ ବସ୍’ ଗଡୁଛି । ଯାତ୍ରୀଙ୍କ ସୁବିଧା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି ବୋଲି ସୂଚନା ମିଳିଛି  ।

 

 

 

 

 

 

 

Related posts

ରଥଯାତ୍ରା: ଆଜି ଅନୁଷ୍ଠିତ ହେବ ଦ୍ୱିତୀୟ ସମନ୍ୱୟ ବୈଠକ

mahabharatanews

୧୦ତମ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଭୋଟର ଦିବସ ପାଳିତ

mahabharatanews

ସଡକ ଦୂର୍ଘଟଣାରେ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କ ମୃତ୍ୟୁ

mahabharatanews