ଓଡିଶା

ଘଡ଼ଘଡ଼ି, ପବନ ସହ ବର୍ଷା: ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

(ଭୁବନେଶ୍ୱର) : ସାରା ରାଜ୍ୟରେ ଅସହ୍ୟ ତାତି ଓ ଗୁଳୁଗୁଳି ଲାଗି ରହିଛି । ଦିନ ସାଢେ ୨ଟାରେ ସମ୍ବଲପୁରରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ା ତାପମାତ୍ରା ୪୩.୪ ଏବଂ ହୀରାକୁଦର ୪୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହାରି ଭିତରେ ଅଶ୍ଵସ୍ତି ଖବର ଆସିଛି ।  କିଛି ଜିଲ୍ଲାରେ  ଘଡ଼ଘଡ଼ି, ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଗଜପତି, ଗଞ୍ଜାମ, କନ୍ଧମାଳ, ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଶୁକ୍ରବାର ଦିନ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଝାରସୁଗୁଡ଼ାଠାରେ ୪୫.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଏହା ସ୍ବାଭାବିକଠାରୁ ୫.୯ ଡିଗ୍ରି ଅଧିକ। ଏହା ହେଉଛି ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା। ଏହା ପଛକୁ ରହିଛି ସମ୍ବଲପୁର। ଏଠାରେ ଦିନ ତାପମାତ୍ରା ରହିଥିଲା ୪୫.୨ ଡିଗ୍ରି। ଯାହାକି ସ୍ବାଭାବିକଠାରୁ ୫.୧ ଡିଗ୍ରି ଅଧିକ। ଏଥିସହ ସୋନପୁରରେ ୪୪.୮ ଡିଗ୍ରି, ବୌଦ୍ଧରେ ୪୪.୬ ଡିଗ୍ରି ଓ ବଲାଙ୍ଗୀରେ ୪୪ ଡିଗ୍ରି ତାପମାତ୍ରା ରହିଥିଲା। ଏଥିସହ ରାଜ୍ୟର ମୋଟ୍‌ ୨୨ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିଲା।

Related posts

ଡଙ୍ଗାରେ ଆସି ପହଞ୍ଚିଲେ ୧୬ ମତ୍ସଜୀବୀ

mahabharatanews

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଅଗ୍ନିକାଣ୍ଡ

mahabharatanews

ଓଡ଼ିଶା ସରକାର ରାଜ୍ୟ ପ୍ରଶାସନିକ ସ୍ତରରେ ପୁଣି ପରିବର୍ତ୍ତନ ଆଣିଛନ୍ତି

mahabharatanews