ଓଡ଼ିଶା ସରକାର ରାଜ୍ୟ ପ୍ରଶାସନିକ ସ୍ତରରେ ପୁଣି ପରିବର୍ତ୍ତନ ଆଣିଛନ୍ତି । ସାଧାରଣ ପ୍ରଶାସନ ବିଭାଗର ୩ ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କ ଦାୟିତ୍ୱରେ ପରିବର୍ତ୍ତନ ସହ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଛି । ଦାୟିତ୍ୱରେ ପରିବର୍ତ୍ତନ ଆସିଥିବା ଅଧିକାରୀ ମାନେ ହେଲେ ସୁରେଶ କୁମାର ବଶିଷ୍ଠ, ସୁଧାଂଶୁ ମୋହନ ସାମଲ ଓ ଡ. ବୃନ୍ଦା ଡି ।
୧୯୯୮ ବରିଷ୍ଠ ଆଇଏଏସ ଅଧିକାରୀ ସୁରେଶ କୁମାର ବଶିଷ୍ଠଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଦାଇତ୍ୱରୁ ହଟାଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାଇତ୍ୱ ପ୍ରଦାନ କରାଯାଇଛି । ଏଥିସହିତ ସେ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାଇତ୍ୱ ମଧ୍ୟ ତୁଲାଇବେ ।
ସେହିପରି ୨୦୧୦ ବ୍ୟାଚର ଅଫିସର ସୁଧାଂଶୁ ମୋହନ ସାମଲଙ୍କୁ ଓଡ଼ିଶା ଖଣି ନିଗମ ଲିମିଟେଡ୍ ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ ଦାଇତ୍ୱ ଦିଆ ଯାଇଛି । ଏଥିସହିତ ସେ ଅତିରିକ୍ତ ଭାବେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଦାୟିତ୍ୱ ମଧ୍ୟ ତୁଲାଇବେ ।
୨୦୧୦ ବ୍ୟାଚର ଆଉ ଜଣେ ବରିଷ୍ଠ ଆଇଏଏସ ଅଧିକାରୀଡ. ବୃନ୍ଦା ଡିଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଭାବେ ନିଯୁକ୍ତ କରାଯାଇଛି ।
