ଓଡିଶା

ତାତିରୁ ମିଳିଲା ମୁକ୍ତି; ରାଜଧାନୀରେ ପାରଦ ଖସିଲା ୧୨ଡିଗ୍ରୀ

(ଭୁବନେଶ୍ୱର) :  ତାତିରୁ ମିଳିଲା କିଛିଟା ମୁକ୍ତି । ଗତକାଲି ୪୦ ଡିଗ୍ରି ଉପରେ ଥିବା ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲା ଆଜି ୩୮ ଡିଗ୍ରିରୁ ତଳକୁ ଖସିଛି। ଭୁବନେଶ୍ବରର ତାପମାତ୍ରା ଅପ୍ରତ୍ୟାଶିତ ଭାବେ ୧୨ ଡିଗ୍ରି ଯାଏଁ ଖସି ଆସିଥିଲା। ଗତରାତିର କାଳବୈଶାଖୀ ବର୍ଷା ଉପକୂଳବାସୀଙ୍କୁ ଆଶ୍ବସ୍ତ କରିଛି।  ତେବେ ଗତକାଲି ସର୍ବୋଚ୍ଚ ତାପମାତ୍ରା ୪୪.୩ ଡିଗ୍ରି ଥିବା ବେଳେ ଆଜି ୩୪.୨ଡିଗ୍ରିରେ ସୀମିତ ରହିଥିଲା।

ସୂଚନାନୁଯାୟୀ , ଖାଲି ରାଜଧାନୀ ନୁହେଁ, ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ଗତକାଲି ଅପେକ୍ଷା ପାଖାପାଖି ୭ରୁ ୮ଡିଗ୍ରି ଖସି ଆସିଥିଲା। କଟକର ୪୩.୨ ଡିଗ୍ରିରୁ ୩୫.୮ ଡିଗ୍ରି, ନୟାଗଡ଼ର ୪୪ ଡିଗ୍ରିରୁ ୩୫.୮ଡିଗ୍ରି ଏବଂ ଜଗତସିଂହପୁରର ୪୨.୫ ଡିଗ୍ରିରୁ ୩୩.୬ଡିଗ୍ରିକୁ ଖସି ଆସିଥିଲା।

 

Related posts

 ଓଡ଼ିଶା ଆସିବେ ଏ ଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ

mahabharatanews

ଏପ୍ରିଲ-ଜୁନ ମାସ ଫି ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଘରୋଇ ଶିକ୍ଷାନୁଷ୍ଠାନକୁ ଅପିଲ

mahabharatanews

ନିଶାଡି ପୁଅ ମାଡରେ ମା’ର ମୃତ୍ୟୁ

mahabharatanews