ଓଡିଶା

ତାତିରୁ ମିଳିଲା ମୁକ୍ତି; ରାଜଧାନୀରେ ପାରଦ ଖସିଲା ୧୨ଡିଗ୍ରୀ

(ଭୁବନେଶ୍ୱର) :  ତାତିରୁ ମିଳିଲା କିଛିଟା ମୁକ୍ତି । ଗତକାଲି ୪୦ ଡିଗ୍ରି ଉପରେ ଥିବା ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲା ଆଜି ୩୮ ଡିଗ୍ରିରୁ ତଳକୁ ଖସିଛି। ଭୁବନେଶ୍ବରର ତାପମାତ୍ରା ଅପ୍ରତ୍ୟାଶିତ ଭାବେ ୧୨ ଡିଗ୍ରି ଯାଏଁ ଖସି ଆସିଥିଲା। ଗତରାତିର କାଳବୈଶାଖୀ ବର୍ଷା ଉପକୂଳବାସୀଙ୍କୁ ଆଶ୍ବସ୍ତ କରିଛି।  ତେବେ ଗତକାଲି ସର୍ବୋଚ୍ଚ ତାପମାତ୍ରା ୪୪.୩ ଡିଗ୍ରି ଥିବା ବେଳେ ଆଜି ୩୪.୨ଡିଗ୍ରିରେ ସୀମିତ ରହିଥିଲା।

ସୂଚନାନୁଯାୟୀ , ଖାଲି ରାଜଧାନୀ ନୁହେଁ, ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ଗତକାଲି ଅପେକ୍ଷା ପାଖାପାଖି ୭ରୁ ୮ଡିଗ୍ରି ଖସି ଆସିଥିଲା। କଟକର ୪୩.୨ ଡିଗ୍ରିରୁ ୩୫.୮ ଡିଗ୍ରି, ନୟାଗଡ଼ର ୪୪ ଡିଗ୍ରିରୁ ୩୫.୮ଡିଗ୍ରି ଏବଂ ଜଗତସିଂହପୁରର ୪୨.୫ ଡିଗ୍ରିରୁ ୩୩.୬ଡିଗ୍ରିକୁ ଖସି ଆସିଥିଲା।

 

Related posts

ଦାରିଦ୍ର୍ୟର ତାଡନାରେ ଅସହାୟ,ସରକାରୀ ସହାୟତାକୁ ଅପେକ୍ଷା

mahabharatanews

ଅ।ନ୍ତଃଜାତି ଦମ୍ପତିଙ୍କୁ ଅ ।ର୍ଥିକ ସହାୟତା ପ୍ରଦାନ

mahabharatanews

ଚାଷ ଉପରେ ଗୁରୁତ୍ୱ ଦିଅଯାଇ ବାହାରିଛି ମିଲେଟ୍‍ ‘ମିଲି’ : ପାଳନ ହେଉଛି ମାଣ୍ଡିଆ ଦିବସ

mahabharatanews