ଓଡିଶା

ଆଜି ପହିଲି ରଜ,ଚଳଚଞ୍ଚଳ ଗାଁ ରୁ ସହର

(ଭୁବନେଶ୍ୱର) :  ଆଜି ପହିଲି ରଜ। ଗାଁ ରୁ ସହର ସବୁଠି ଚଳଚଞ୍ଚଳ । ରାଜ୍ୟର ବିଭିନ୍ନ ସ୍ଥାନରେ ରଜ ପର୍ବ ଧୂମଧାମରେ ପାଳନ କରାଯାଉଛି। ଗତକାଲି ରାତିରେ ଓ ସକାଳେ ଅଳ୍ପ ପରିମାଣର ବର୍ଷା ହୋଇଥିବା ହେତୁ ଗରମ କମ୍ ରହିଛି। ତେଣୁ ଦୋଳି ଖେଳି ପିଠା ଖାଇ ବେଶ ମଜା ନେଉଛନ୍ତି ଝିଅ ବୋହୁ । କେତେକ ସ୍ଥାନରେ ରଜ ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି। ଆଜି ବୁଧବାର ହୋଇଥିବା ହେତୁ ପହିଲି ରଜରେ ଆମିଷ ଦୋକାନରେ ବେଶ୍ ଭିଡ଼ ପରିଲକ୍ଷିତ ହେଉଛି।

 

ପହିଲି ରଜ ପାଇଁ ପୂରା ରାଜଧା‌ନୀ ଆଜି ବି ଚଳଚଞ୍ଚଳ ହୋଇପଡ଼ିଛି। ଗତକାଲି ଭଳି ଆଜି ସୂର୍ଯ୍ୟଙ୍କ କୋପ ନଥିବାରୁ ଦିନବେଳୁ ରାଜଧାନୀର ବିଭିନ୍ନ ସ୍ଥାନରେ ରଜ ମନେଇଲେଣି ଲୋକେ।  ଗତକାଲି ସଜବାଜ ଥିବା ହେତୁ ଅଧିକାଂଶ ମାର୍କେଟ୍‌ଗୁଡ଼ିକରେ ଗହଳି ଜମିଥିଲା।

 

 

Related posts

୧୭୦ ଆକ୍ରାନ୍ତ ଜଣେ ୧୮ ବର୍ଷୀୟ ସୁରତ ଫେରନ୍ତା

mahabharatanews

ଶିମିଳିପାଳରୁ ୨୩ଟି ଦେଶୀ ବନ୍ଧୁକ

mahabharatanews

ପୁଣି ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି: ୨୦୨୩ ଫେବ୍ରୁଆରୀ ଯାଏଁ ଅବଧି ବଢାଇଲେ ସରକାର

mahabharatanews