ଓଡିଶା

ଛଟପଟ ହେଉଛନ୍ତି ଓଡ଼ିଶା ବାସୀ ;୬ ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି

(ଭୁବନେଶ୍ୱର) :  ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ଖରାରେ ଛଟପଟ ହେଉଛନ୍ତି ଓଡ଼ିଶା ବାସୀ । ତେବେ କେବେ ମୌସୁମୀ ଓଡିଶା ଛୁଇଁବ ତାହା ହିଁ ଅପେକ୍ଷା । ମୌସୁମୀ ଆସିଲେ ପାଗ ଅନୁକୂଳ ହେବା ସହ ତାତି ରୁ ତ୍ରାହି ମିଳିବ ବୋଲି ଆଶା ରଖିଛନ୍ତି ରାଜ୍ୟବାସୀ । ତେବେ ୧୮-୨୧  ଜୁନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ବ-ଭାରତର ରାଜ୍ୟ ଗୁଡିକୁ ଅଗ୍ରସର ହେବା ପାଇଁ ପାଗ -ଅନୁକୂଳ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ।

ସୂଚନାନୁଯାୟୀ , ମୌସୁମୀ ଅଗ୍ରସର ପାଇଁ ଅନୁକୂଳ ହେବ ପାଗ । ବାତ୍ୟା ବିପର୍ଯ୍ୟୟ ଲ୍ୟାଣ୍ଡଫଲ ପରେ ଏନେଇ ମିଳିବ ସ୍ପଷ୍ଟ ସୂଚନା । ମୌସୁମୀ ପ୍ରଭାବରେ ୧୮ ରୁ ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହେବ ପ୍ରାକ୍ ମୌସୁମୀ ବର୍ଷା । ଏହା ପରେ ତତଲା ଖରାରୁ ମିଳିବ ଆଶ୍ୱସ୍ତି । କିନ୍ତୁ ଅହା ପୂର୍ବରୁ ଆସନ୍ତା ୪-୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ପ୍ରଚଣ୍ଡ ତାତି । ଏ ନେଇ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, ସୋନପୁରକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି ।

Related posts

ଶିମିଳିପାଳରେ କଳା ପ୍ରଜାତିର ମହାବଳ ବାଘ !

mahabharatanews

ସ୍ମୃତିର ଓଡିଶା ପକ୍ଷରୁ ଶିଶୁଦିବସ ପାଳିତ

mahabharatanews

ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତ ଓ ୨୬ ତମ ପ୍ରତିଷ୍ଠା ଦିବସ ପାଳନ

mahabharatanews