ଭାରତ

ଆଜି ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ବିପର୍ଯ୍ୟୟ’

(ଗୁଜୁରାଟ) : ଆଜି ଗୁଜରାଟ ଉପକୂଳ ଛୁଇଁବ ବାତ୍ୟା ‘ବିପର୍ଯ୍ୟୟ’ । ଏହା ସମୁଦ୍ରରେ ଦୁର୍ବଳ ହୋଇ ଅତି ଭୀଷଣ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଥିଲେ ବି ଲ୍ୟାଣ୍ଡଫଲ୍‌ ବେଳକୁ ବ୍ୟାପକ କ୍ଷୟକ୍ଷତି ଘଟାଇବାର ଆଶଙ୍କା ରହିଛି । ପାଣିପାଗ ବିଭାଗ ପକ୍ଷରୁ ସୌରାଷ୍ଟ୍ର ଏବଂ କଚ୍ଛ ଉପକୂଳ ପାଇଁ ରେଡ ଆଲର୍ଟ ଜାରି କରାଯାଇଛି । ଉତ୍ତର ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ଉତ୍ତର ପୂର୍ବ ଦିଗରେ ଗତି କରୁଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି  ।

ସୂଚନାନୁଯାୟୀ , ଏହା ଆଜି ସନ୍ଧ୍ୟା ସୁଦ୍ଧା କଚ୍ଛ ଏବଂ ମାଣ୍ଡଭି ଅଞ୍ଚଳର ମଧ୍ୟଭାଗରେ ସ୍ଥଳଭାଗ ଛୁଇଁବା ସହିତ ପାକିସ୍ତାନ ଆଡକୁ ଗତି କରିବ। ଏହି ସମୟରେ ଘଣ୍ଟାକୁ ୧୩୫ ରୁ ୧୪୦ କିମି ବେଗରେ ପବନ ବୋହିବ ଏବଂ ଭୀଷଣରୁ ଅତି ଭୀଷଣ ମାତ୍ରାରେ ବର୍ଷା ହେବ। ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ରହିବାର ସମ୍ଭାବନା ରହିଛି ।

Related posts

‘ବିଜେପି ସମଗ୍ର ଦେଶକୁ ଗୈରିକ ବର୍ଣ୍ଣ କରିବାକୁ ଚାହୁଁଛି’: ଦିଦି

mahabharatanews

ଅପରେସନ ସିନ୍ଦୂର ପରେ ଅପରେସନ ସିନ୍ଦୂର ୨.୦

mahabharatanews

ଦିଲ୍ଲୀ ବିଶ୍ବର ସବୁଠୁ ଖରାପ ବାୟୁଗୁଣବତ୍ତା ରାଜଧାନୀ

mahabharatanews