ଭାରତ

ବନ୍ଦେ ଭାରତ ଟ୍ରେନ ଉପରକୁ ପୁଣି ପଥର ମାଡ଼

(ଉତ୍ତରପ୍ରଦେଶ) : ବନ୍ଦେ ଭାରତ ଟ୍ରେନ ଉପରରେ ପୁଣି ପଥର ମାଡ଼ । ଉତ୍ତରପ୍ରଦେଶର ମୁଜାଫରନଗର ଷ୍ଟେସନରୁ ଏଭଳି ଘଟଣାର ଖବର ସାମ୍ନାକୁ ଆସିଛି । ଏହି ଷ୍ଟେସନରେ ବନ୍ଦେ ଭାରତ ଉପରକୁ ପଥର ମାଡ଼ ହୋଇଛି । ରେଳବାଇ କହିଛି ଯେ ଦିଲ୍ଲୀ-ଦେହରାଡୁନ୍ ରୁଟ୍ ରେ ମୁଜାଫରନଗର ଷ୍ଟେସନ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସର E1 କୋଚ ଉପରକୁ ପଥର ମାଡ଼ ହୋଇଥିବା ସମ୍ପର୍କରେ ସୂଚନା ରହିଛି ।

ସୂଚନାନୁଯାୟୀ , ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି । ଏହି ମାମଲାରେ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପ୍ରଶ୍ନରେ ରେଳବାଇ କହିଛି ଯେ ପଥର ଫିଙ୍ଗିଥିବା ଦୋଷୀଙ୍କୁ ଧରିବା ପାଇଁ ଦିଲ୍ଲୀ ଡିଭିଜନ ରେଳ ପୋଲିସ ଫୋର୍ସ (ଆରପିଏଫ) ନିୟୋଜିତ କରିଛି ।

Related posts

କେଜ୍ରିୱାଲଙ୍କୁ ଅଷ୍ଟମ ସମନ ପଠାଇଲା ଇଡି

mahabharatanews

ସେନା ନିଯୁକ୍ତି ପାଇଁ କେନ୍ଦ୍ରର ‘ଅଗ୍ନିପଥ’ ଯୋଜନାକୁ ସୁପ୍ରିମକୋର୍ଟଙ୍କ ଅନୁମୋଦନ

mahabharatanews

ଶପଥ ନେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ

mahabharatanews