ମନୋରଞ୍ଜନ

‘ବଜରଙ୍ଗ ବାଲୀ ଭଗବାନ ନୁହନ୍ତି’ : ମନୋଜ ମୁନ୍ତାଶିର

(ମୁମ୍ବାଇ) : ନିର୍ଦ୍ଦେଶକ ଓମ୍ ରାଉତଙ୍କ ଫିଲ୍ମ ‘ଆଦିପୁରୁଷ’କୁ ନେଇ ବର୍ତ୍ତମାନ  ବିରୋଧ ଜୋର ଧରିଛି   ଏହି ସମୟରେ ସମସ୍ତଙ୍କ ଟାର୍ଗେଟକୁ ଆସିଛନ୍ତି ଫିଲ୍ମର ଲେଖକ ମନୋଜ ମୁନ୍ତାଶିର। ସେ ଫିଲ୍ମର ସଂଳାପ ସବୁ ଲେଖିଥିବା ବେ‌ଳେ ପ୍ରଭ ହନୁମାନଙ୍କ ଚରିତ୍ର ପାଇଁ ଯେଉଁ ସବୁ ସଂଳାପ ଲେଖିଛନ୍ତି ତାକୁ ଲୋକ ବିରୋଧ କରୁଛନ୍ତି। ତେବେ ଏହାରି ମଧ୍ୟରେ ମନୋଜଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

 ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ବଜରଙ୍ଗ ବଲୀ ଭଗବାନ ନୁହନ୍ତି, ସେ ଜଣେ ଭକ୍ତ। ଆମେ ତାଙ୍କୁ ଭଗବାନ କରିଛେ, କାରଣ ତାଙ୍କ ଭକ୍ତିରେ ସେଭଳି ଶକ୍ତି ଥିଲା ପ୍ରଥମେ ସଂଳାପକୁ ନେଇ ବିବାଦ ହେଉଥିବା ବେଳେ ଏବେ ମନୋଜଙ୍କ ଏଭଳି ବୟାନକୁ ନେଇ ବିବାଦ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ବିବାଦ ମଧ୍ୟରେ ସୋମବାର ଫିଲ୍ମର ଆୟ କମିଥିବା ଦେଖିବାକୁ ମିଳିଛି। ପ୍ରଥମ ୩ଦିନରେ ଫିଲ୍ମଟି ୫୦କୋଟିରୁ ଅଧିକ ଟଙ୍କା ଆୟ କରିଥିବା ବେଳେ ଚତୁର୍ଥ ଦିନରେ ଅର୍ଥାତ୍ ସୋମବାର ଫିଲ୍ମଟି ମାତ୍ର ୮.୫କୋଟି ଟଙ୍କା ଆୟ କରିଛି ।

Related posts

ମନୋଜ ମିଶ୍ରଙ୍କ ଉପରୁ ହଟିବ ଵ୍ୟାନ୍ 

mahabharatanews

ମୁକ୍ତି ଲାଭ ପୂର୍ବରୁ ଥଲାପତି ବିଜୟଙ୍କ ‘ଜନ ନେତା’ ଲିକ୍, 6 ଜଣ ଗିରଫ

mahabharatanews

 ୨୦୦ କୋଟି କଲେକ୍ସନ କଲା ‘ପୋନିୟିନ୍ ସେଲଭାନ୍ ୨’

mahabharatanews