ମନୋରଞ୍ଜନ

ମଉଳିଗଲା ଆଶା: କମୁଛି ଫିଲ୍ମ ‘ଆଦିପୁରୁଷ’ ଆୟ

 (ମୁମ୍ବାଇ):   ‘ଆଦିପୁରୁଷ’କୁ  ନେଇ  ସବୁଆଡେ ବିରୋଧ ଜୋର ଧରିଛି     ଚଳଚ୍ଚିତ୍ରର ଡାଏଲଗଠାରୁ ଆରମ୍ଭ କରି କଷ୍ଟ୍ୟୁମ୍ ପର୍ଯ୍ୟନ୍ତ ସବୁ କିଛି ସମାଲୋଚିତ ହେଉଛି।ଏହି ଚଳଚ୍ଚିତ୍ରରେ ଅଭିନେତା ପ୍ରଭାସ ରାଘବ, କ୍ରିତି ସାନନ୍ ଜାନକୀ  ଏବଂ ସୈଫ୍‌ ଅଲୀ ଖାନ୍ ରାବଣ ଭୂମିକାରେ ଅଭିନୟ କରିଛନ୍ତି । ଏହାର ବକ୍ସ ଅଫିସ୍ କଲେକ୍ସନକୁ ନେଇ ଆଲୋଚନା କରିବାର ଏବେ ସମୟ ଆସିିିଛି। ପ୍ରଥମ ସପ୍ତାହରେ ଭଲ ସ୍କୋର କରିବା ପରେ, ସୋମବାର ଦିନ ବେପାର ମାନ୍ଦା ହୋଇଛି।ସିନେମାଟି ରିଲିଜ୍‌ ହେବାର ତୃତୀୟ ଦିନ ପର୍ଯ୍ୟନ୍ତ ବହୁତ ଭଲ ଆୟ କରିଥିବା ବେ‌ଳେ ୪ର୍ଥ ଦିନରେ ଏହା ଖରାପ ଆୟ କରିଛି । ସୋମବାର ଦିନ ‘ଆଦିପୁରୁଷ’ ସମସ୍ତ ଭାଷାରେ ମାତ୍ର ୨୦-୨୨ କୋଟି ରୋଜଗାର କରିଥିବା ସୂଚନା ରହିଛି, ଯାହାକି ରବିବାର ଦିନ ହୋଇଥିବା ୬୯ କୋଟିର ଆୟ ତୁଳନାରେ ଖୁବ୍‌ କମ୍‌ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଫିଲ୍ମଟି ରିଲିଜ୍‌ ହେବା ପରେ ଦର୍ଶକମାନଙ୍କ ନକାରାତ୍ମକ ପ୍ରତିକ୍ରିୟା ଏହା ଉପରେ ବେଶ୍‌ ପ୍ରଭାବ ପକାଇଛି। ଏବେ ସୁଦ୍ଧା ସମସ୍ତ ଦିନର ଆୟକୁ ମିଶାଇଲେ ‘ଆଦିପୁରୁଷ’ ସମସ୍ତ ଭାଷାରେ ୨୪୦-୨୪୨ କୋଟିର ଆୟ କରିଛି।

 

 

 

 

Related posts

ଆଉ ଗୋଟିଏ ଦିନ ବୃଦ୍ଧି ହେଲା କଟକ ବାଲିଯାତ୍ରାର ଅବଧି

mahabharatanews

ପରଲୋକରେ ‘ଆର୍‌ଆର୍‌ଆର୍‌’ ଅଭିନେତା

mahabharatanews

ପରଦାକୁ ଆସିଲା ‘ଦ କେରଳ ଷ୍ଟୋରି’

mahabharatanews