ଭାରତ

ଫ୍ଲାଏ ଓଭର ଭୁଶୁଡ଼ି ୧୦ ଶ୍ରମିକ ଆହତ

(ହାଇଦ୍ରାବାଦ) :   ଫ୍ଲାଏ ଓଭର ଭୁଶୁଡି ୧୦ ଆହତ  । ହାଇଦ୍ରାବାଦରୁ ଏଭଳି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି  । ଏଲ.ବି ନଗରରେ ଏକ ନିର୍ମାଣାଧୀନ ଫ୍ଲାଏ ଓଭର ହଠାତ୍ ଭୁଶୁଡି ପଡିଛି । ଫଲରେ ୧୦ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ରାତି ପ୍ରାୟ 3 ଟା ବେଳେ ଏହି ଦୁଃଖଦ ଘଟଣା ଘଟିଛି । ଫ୍ଲାଏ ଓଭର ଭୁଶୁଡିବା ବେଳେ କିଛି ଲୋକ ଏହା ତଳେ ଶୋଇଥିଲେ ।

ସୂଚନାନୁଯାୟୀ , ସେମାନେ  ବିହାର ଏବଂ ଉତ୍ତରପ୍ରଦେଶର ବାସିନ୍ଦା ବୋଲି ଚିହ୍ନଟ କରାଯାଇଛି । ଘଟଣାର ଖବର ଅଧିକାରୀଙ୍କ ନିକଟରେ ପହଞ୍ଚିବା ମାତ୍ରେ ଉଦ୍ଧାର ଅଧିକାରୀଙ୍କୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା । ପୀଡିତମାନଙ୍କୁ ଉଦ୍ଧାର କରିବା ଏବଂ ଜରୁରୀକାଳୀନ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

Related posts

ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

mahabharatanews

ଟ୍ୱିଟର ପରେ କୋକାକୋଲା : ଏଲନ୍ ମସ୍କ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୨,୨୭୦ ଆକ୍ରାନ୍ତ ଚିହ୍ନଟ ଓ ୩୨୫ ଜଣ ମୃତ

mahabharatanews