ଭାରତ

 କୁପ୍‌ୱାଡ଼ାରେ ୪ ଆତଙ୍କବାଦୀ ନିହତ

(ଜମ୍ମୁକାଶ୍ମୀର) : ୪ଜଣ ଆତଙ୍କବାଦୀ ଜମ୍ମୁ ଓ କଶ୍ମୀରର କୁପ୍‌ୱାଡ଼ା ଜିଲ୍ଲା ଅନ୍ତର୍ଗତ ମଚ୍ଛଲ୍‌ ସେକ୍ଟର୍‌ରେ ନିହତ ହୋଇଥିବା ସୂଚନା ମିଳିଛି । ପାକିସ୍ତାନ ଅଧିକୃତ କଶ୍ମୀର ପଟୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ୪ଜଣ ଆତଙ୍କବାଦୀ ଜମ୍ମୁ ଓ କଶ୍ମୀରର କୁପ୍‌ୱାଡ଼ା ଜିଲ୍ଲା ଅନ୍ତର୍ଗତ ମଚ୍ଛଲ୍‌ ସେକ୍ଟର୍‌ରେ ନିହତ ହୋଇଥିବା କଥା ଆଜି ପୁଲିସ କହିଛି।

ସୂଚନାନୁଯାୟୀ , ପୋଲିସ ଓ ଭାରତୀୟ ସେନାର ମିଳିତ ଅଭିଯାନରେ ଉକ୍ତ ଆତଙ୍କବାଦୀମାନଙ୍କୁ ନିପାତ କରାଯାଇଥିବା ଜଣାପଡ଼ିଛି। ଟୁଇଟ୍‌ କରି କଶ୍ମୀର ଜୋନ୍‌ ପୁଲିସ କହିଛି ଯେ, ସେନା ଓ ପୁଲିସର ମିଳିତ ଅଭିଯାନରେ କୁପ୍‌ୱାଡ଼ାର ମଚ୍ଛଲ୍‌ ସେକ୍ଟର୍‌ ଅନ୍ତର୍ଗତ କାଲା ଜଙ୍ଗଲରେ ୪ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ସେମାନେ ପାକିସ୍ତାନ ଅଧିକୃତ କଶ୍ମୀର ପଟୁ ଆମ ପଟକୁ ଅନୁପ୍ରବେଶ କରିବା ଲାଗି ଉଦ୍ୟମ କରୁଥିଲେ।

Related posts

ତେଜସ୍ ପାଇଲଟ୍ ୱିଙ୍ଗ କମାଣ୍ଡର ନମଂଶଙ୍କର ଆଜି ସମ୍ପନ୍ନ ହେବ ଶେଷକୃତ୍ୟ

mahabharatanews

ପ୍ରଦୂଷଣର ମୁକାବିଲା ପାଇଁ ବଡ଼ ପଦକ୍ଷେପ, 50% ଘରୁ କାମ କରିବା ବ୍ୟବସ୍ଥା ଲାଗୁ

mahabharatanews

ରାଜସ୍ଥାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

mahabharatanews