ଭାରତ

 କୁପ୍‌ୱାଡ଼ାରେ ୪ ଆତଙ୍କବାଦୀ ନିହତ

(ଜମ୍ମୁକାଶ୍ମୀର) : ୪ଜଣ ଆତଙ୍କବାଦୀ ଜମ୍ମୁ ଓ କଶ୍ମୀରର କୁପ୍‌ୱାଡ଼ା ଜିଲ୍ଲା ଅନ୍ତର୍ଗତ ମଚ୍ଛଲ୍‌ ସେକ୍ଟର୍‌ରେ ନିହତ ହୋଇଥିବା ସୂଚନା ମିଳିଛି । ପାକିସ୍ତାନ ଅଧିକୃତ କଶ୍ମୀର ପଟୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ୪ଜଣ ଆତଙ୍କବାଦୀ ଜମ୍ମୁ ଓ କଶ୍ମୀରର କୁପ୍‌ୱାଡ଼ା ଜିଲ୍ଲା ଅନ୍ତର୍ଗତ ମଚ୍ଛଲ୍‌ ସେକ୍ଟର୍‌ରେ ନିହତ ହୋଇଥିବା କଥା ଆଜି ପୁଲିସ କହିଛି।

ସୂଚନାନୁଯାୟୀ , ପୋଲିସ ଓ ଭାରତୀୟ ସେନାର ମିଳିତ ଅଭିଯାନରେ ଉକ୍ତ ଆତଙ୍କବାଦୀମାନଙ୍କୁ ନିପାତ କରାଯାଇଥିବା ଜଣାପଡ଼ିଛି। ଟୁଇଟ୍‌ କରି କଶ୍ମୀର ଜୋନ୍‌ ପୁଲିସ କହିଛି ଯେ, ସେନା ଓ ପୁଲିସର ମିଳିତ ଅଭିଯାନରେ କୁପ୍‌ୱାଡ଼ାର ମଚ୍ଛଲ୍‌ ସେକ୍ଟର୍‌ ଅନ୍ତର୍ଗତ କାଲା ଜଙ୍ଗଲରେ ୪ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ସେମାନେ ପାକିସ୍ତାନ ଅଧିକୃତ କଶ୍ମୀର ପଟୁ ଆମ ପଟକୁ ଅନୁପ୍ରବେଶ କରିବା ଲାଗି ଉଦ୍ୟମ କରୁଥିଲେ।

Related posts

ନିଜେ କେସ ଲଢ଼ିବ ବିସ୍ଫୋରଣ କରିଥିବା ଡୋମିନିକ୍ ମାର୍ଟିନ

mahabharatanews

ଆଜି ହେବ କେଜ୍ରିୱାଲଙ୍କ ଜାମିନ ଶୁଣାଣି  

mahabharatanews

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ବାତ୍ୟା

mahabharatanews