ଓଡିଶା

ଆରମ୍ଭ ହେଲା ସିଂହଦୁଆରରେ ରୁପାରେ ଛାଉଣୀ  କାମ

(ପୁରୀ) : ରୁପାରେ ଛାଉଣୀ ହେବ  ସିଂହଦ୍ବାର । ଏହା ପୂର୍ବରୁ ନୂଆ କବାଟ ଦ୍ବାର ଲାଗିବା କାମ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ମୁମ୍ବାଇରୁ ଆସିଥିବା ୧୩ଜଣ କାରିଗର ଏହି କାର୍ଯ୍ୟ କରୁଛନ୍ତି। ସେପଟେ ନୀଳାଦ୍ରି ଭକ୍ତ ନିବାସରେ ନୂଆ ଦ୍ବାର ଉପରେ ରୁପାର ଚାଦର ବାଡ଼ିଆ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପରେ ଫ୍ରେମ୍‌ ଉପରେ ରୁପାରେ ପ୍ରସ୍ତୁତ ସିଂହ ମୂର୍ତ୍ତି ସହ ଅନ୍ୟାନ୍ୟ ଡିଜାଇନ୍‌ ଲାଗିବ।

 

ସୂଚନାନୁଯାୟୀ , ମୁମ୍ବାଇର ଜଣେ ଦାତା ସିଂହଦ୍ବାର ନିର୍ମାଣ ପାଇଁ ଆବଶ୍ୟକ ବର୍ମା ଟିକ୍‌(ଶାଗୁଆନ କାଠ) ଓ ରୁପା ଯୋଗାଇ ଦେଇଛନ୍ତି ଏଣୁ ଆଜିଠାରୁ ନିର୍ମାଣ ସରିଥିବା ଦ୍ବାର ଲଗାଇବା କାର୍ଯ୍ୟ ଆରମ୍ଭ ହୋଇଛି। ସେପଟେ ଗତ ୨୧ ତାରିଖରେ ସିଂହଦ୍ବାରର ପୁରୁଣା କବାଟକୁ କଢ଼ାଯାଇ ଅସ୍ଥାୟୀ କବାଟ ଲଗାଯାଇଥିଲା। ନୂଆ ଦ୍ବାର ଲାଗିବା ପରେ ଏହି ଅସ୍ଥାୟୀ ଦ୍ବାରକୁ କାଢ଼ି ଦିଆଯିବ ବୋଲି ନିଷ୍ପତି ହୋଇଛି ।

Related posts

ଗନ୍ଧମାର୍ଦ୍ଦନ କୁନେଇ ବିରୋଧୀ ଦଳ ଉପନେତାଙ୍କ ପ୍ରଶ୍ନ ; ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ

mahabharatanews

ବସନ୍ତ ପଞ୍ଚମୀ ଉପଲକ୍ଷେ ବାଲୁକା ଶିଳ୍ପୀ ବିଦ୍ୟାଦାତ୍ରୀଙ୍କ ବାଲୁକା କଳା ନିର୍ମାଣ କରିଛନ୍ତି

mahabharatanews

ବନ୍ୟା ଜଳରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ

mahabharatanews