ଓଡିଶା

ଆରମ୍ଭ ହେଲା ସିଂହଦୁଆରରେ ରୁପାରେ ଛାଉଣୀ  କାମ

(ପୁରୀ) : ରୁପାରେ ଛାଉଣୀ ହେବ  ସିଂହଦ୍ବାର । ଏହା ପୂର୍ବରୁ ନୂଆ କବାଟ ଦ୍ବାର ଲାଗିବା କାମ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ମୁମ୍ବାଇରୁ ଆସିଥିବା ୧୩ଜଣ କାରିଗର ଏହି କାର୍ଯ୍ୟ କରୁଛନ୍ତି। ସେପଟେ ନୀଳାଦ୍ରି ଭକ୍ତ ନିବାସରେ ନୂଆ ଦ୍ବାର ଉପରେ ରୁପାର ଚାଦର ବାଡ଼ିଆ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପରେ ଫ୍ରେମ୍‌ ଉପରେ ରୁପାରେ ପ୍ରସ୍ତୁତ ସିଂହ ମୂର୍ତ୍ତି ସହ ଅନ୍ୟାନ୍ୟ ଡିଜାଇନ୍‌ ଲାଗିବ।

 

ସୂଚନାନୁଯାୟୀ , ମୁମ୍ବାଇର ଜଣେ ଦାତା ସିଂହଦ୍ବାର ନିର୍ମାଣ ପାଇଁ ଆବଶ୍ୟକ ବର୍ମା ଟିକ୍‌(ଶାଗୁଆନ କାଠ) ଓ ରୁପା ଯୋଗାଇ ଦେଇଛନ୍ତି ଏଣୁ ଆଜିଠାରୁ ନିର୍ମାଣ ସରିଥିବା ଦ୍ବାର ଲଗାଇବା କାର୍ଯ୍ୟ ଆରମ୍ଭ ହୋଇଛି। ସେପଟେ ଗତ ୨୧ ତାରିଖରେ ସିଂହଦ୍ବାରର ପୁରୁଣା କବାଟକୁ କଢ଼ାଯାଇ ଅସ୍ଥାୟୀ କବାଟ ଲଗାଯାଇଥିଲା। ନୂଆ ଦ୍ବାର ଲାଗିବା ପରେ ଏହି ଅସ୍ଥାୟୀ ଦ୍ବାରକୁ କାଢ଼ି ଦିଆଯିବ ବୋଲି ନିଷ୍ପତି ହୋଇଛି ।

Related posts

ରାଜ୍ୟପାଳଙ୍କ ନିକଟରେ ଅଯୋଧ୍ୟାରୁ ନିମନ୍ତ୍ରଣ 

mahabharatanews

ବସ୍ ଧର୍ମଘଟ ପ୍ରତ୍ୟାହାର

mahabharatanews

୧୦ ଲକ୍ଷ ଟଙ୍କା ଓ ୫୦ ଭରି ସୁନା ଲୁଟିନେଲେ ବୁର୍ବୃତ୍ତ

mahabharatanews