ଓଡିଶା

୮ଟି ପ୍ରସ୍ତାବରେ ମୋହର ମାରିଲା ରାଜ୍ୟ କ୍ୟାବିନେଟ୍

ଭୁବନେଶ୍ୱର : ୮ଟି ପ୍ରସ୍ତାବରେ ମୋହର ମାରିଲା ରାଜ୍ୟ କ୍ୟାବିନେଟ୍ । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଂଶୋଧନକୁ ମିଳିଛି ମଂଜୁରୀ । UPSC ଭଳି OPSCରେ ରହିବ ଗୋଟିଏ ଅପସିନାଲ। ପରୀକ୍ଷାର୍ଥୀ ଓଡ଼ିଆରେ ଦେଇପାରିବେ ପରୀକ୍ଷା । ପ୍ରବନ୍ଧ ମଧ୍ୟ ଓଡ଼ିଆରେ ଲେଖିବେ ଇଛୁକ ପରୀକ୍ଷାର୍ଥୀ । ଏଣିକି ଆଉ ୨୨୫୦ ମାର୍କର ପରୀକ୍ଷା ନୁହେଁ ୨୦୦୦ ମାର୍କର ପରୀକ୍ଷା ହେବ ।

କ୍ୟାବିନେଟ ଦେଇଛି ଆଉ ଏକ ଅନୁମତି । ସେହିପରି ୭୧ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିବେ ସରକାର । ଅଣ ସଂରକ୍ଷିତ-୬ଥର, ଏସଇବିସି- ୯ଥର, ଏସସି/ଏସଟି-ଅନଲିମିଟେଡ ପରୀକ୍ଷା ଦେଇପାରିବେ – ଲିକ୍ଷିତ ଓ ଇଣ୍ଟରଭ୍ୟୁ ମଧ୍ୟ ଓଡ଼ିଆ ଭାଷାରେ ହେବ । ରାଜ୍ୟ କ୍ୟାବିନେଟ ନେଇଛି ଏହି ବଡ଼ ନିଷ୍ପତ୍ତି । ପୂର୍ବରୁ ଇଂରାଜୀ ଭାଷାରେ ପ୍ରବନ୍ଧ ଲେଖିବା ବାଧ୍ୟତାମୂଳକ ରହିଥିଲା । ରାଜ୍ୟ ସରକାର ଏହି ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଛାତ୍ରଛାତ୍ରୀ ଓଡିଆରେ ପରୀକ୍ଷା ଦେଇପାରିବେ । ଚଳିତ ବର୍ଷ ଖରିପ ଏବଂ ରବି ଋତୁ ପାଇଁ ଧାନ ସଂଗ୍ରହ ନୀତି ଘୋଷଣା କରାଯାଇଛି । ସର୍ବନିମ୍ନ ସହାୟକ ମୂଲ୍ୟ ସର୍ବନିମ୍ନ ୨୦୪୦ ଏବଂ ସର୍ବାଧିକ ୨୦୮୦ ଟଙ୍କା ରଖାଯାଇଛି ।

Related posts

ଆଉ ୨୬ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଗଞ୍ଜାମର ହିଞ୍ଜିଳି-ଶେରଗଡ଼ ଓ ଖଲ୍ଲିକୋଟରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର;ଲୋକଙ୍କୁ ଦେଲେ  ବିକାଶର ହିସାବ

mahabharatanews

ଲୋକଙ୍କୁ ଘାରୁଛି କୁମ୍ଭୀର ଭୟ

mahabharatanews