ଓଡିଶା

ବଢୁଛି ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା , ପୁଣି ଜଣେ ମୃତ

(ହିନ୍ଦୋଳ) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଆକ୍ରମଣ । ହିନ୍ଦୋଳ ଉପଖଣ୍ଡରେ ୬ମାସ ମଧ୍ୟରେ ଯେଉଁ ୨୦ଜଣଙ୍କର ଜୀବନ ଚାଲିଯାଇଛି । ତେବେ ଆଜି ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ମୃତ୍ୟୁମୁଖରେ ପଡ଼ିଥିବା ବ୍ୟକ୍ତ ଜଣକ ହେଉଛନ୍ତି, ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ମାଗୁବେରେଣୀ ଗାଁର ସାହେବ ରାଉତ (୭୫)।

ସୂଚନାନୁଯାୟୀ ,  ଭୋର୍‌ ସମୟରେ ସାହେବ ଘର ପାଖ ଖୋଲାପଡ଼ିଆକୁ ଶୌଚ ପାଇଁ ଯାଇଥି‌ଲେ। ହେଲେ, ସେଠାରେ ପୂର୍ବରୁ ଥିବା ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ଛାତିରେ ଦାନ୍ତ ଭୁସି ଦେଇଥିଲା। ଫଳରେ, ଘଟଣାସ୍ଥଳରେ ସାହେବଙ୍କର ମୃତ୍ୟୁ ହୋଇଯାଇଥିଲା। ଲୋକେ ପାଟି କରିବାରୁ ହାତୀଟି ସେଠାରୁ ଚାଲି ଯାଇଥିଲା। ଖବରପାଇ ପୁଲିସ ଓ ବନବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

 

Related posts

୩ ମାସର ଦେୟ ପୈଠ ଅବଧି କୋହଳ କଲା ଅପୋସା

mahabharatanews

ଉପଭୋକ୍ତାଙ୍କ ନିଦ ହଜାଇଛି ଟାଟା ପାୱାର୍

mahabharatanews

ରାଜ୍ୟରେ କାରୋନା ସଂକ୍ରମଣ ବଢିଛି ; ୧୬୭ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews