ଓଡିଶା

ଦିଗପହଣ୍ଡି ଦୁର୍ଘଟଣା : ଗିରଫ ହେଲା  ଓଏସଆରଟି ବସ୍‌ ଡ୍ରାଇଭର

(ଗଂଜାମ) :  ଗିରଫ ହେଲା ଦିଗପହଣ୍ଡି ବସ୍ ଦୁର୍ଘଟଣାରେ ଫେରାର ଥିବା OSRTC ଡ୍ରାଇଭର  । ବସ୍ ଡ୍ରାଇଭରକୁ ଭୁବନେଶ୍ୱରରୁ ଗିରଫ କଲା ପୋଲିସ । ଦୁର୍ଘଟଣା ପରେ ଡ୍ରାଇଭର ଅନ୍ୟ ଏକ ବସ୍ରେ ଭୁବନେଶ୍ୱର ପଳାଇ ଆସିଥିଲେ । ଏ ସମ୍ପର୍କରେ ଖବର ପାଇ ଭରତପୁର ଥାନା ପୋଲିସ୍‌ ବରମୁଣ୍ଡା ବସ୍‌ ଷ୍ଟାଣ୍ଡରୁ ସମ୍ପୃକ୍ତ ଓଏସଆରଟି ବସ୍‌ ଡ୍ରାଇଭରକୁ ଧରିଥିଲା । ପରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୁଲିସ୍‌କୁ ହସ୍ତାନ୍ତର କରିଥିଲା। ପୋଲିସ୍‌ ତାକୁ ଧରି ଜେରା କରୁଛି ।

ସୂଚନାନୁସାରେ, ରବିବାର ବିଳମ୍ୱିତ ରାତିରେ ବିବାହ ଭୋଜିରୁ ଫେରୁଥିବା ଏକ ବସ୍‌ ଓ ଓଏସଆରଟିସି  ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ସାମ୍ନା ପଟୁ ଦ୍ରୁତ ଗତିରେ ଆସି ଏକ ଓଏସଆରଟିସି ବସ୍ ମିନି ବସକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ବି ଘଟଣାସ୍ଥଳରେ ହିଁ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କୁ କଟକ ମେଡିକାଲ ନେବା ସମୟରେ ତାଙ୍କର ବାଟରେ ମୃତ୍ୟୁ ହୋଇଥିଲା । ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି ।

 

Related posts

୨୧ରୁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣ

mahabharatanews

ଚାଷୀଙ୍କ ପାଇଁ ମରୁଡି ସହାୟତା

mahabharatanews

ଭିଜିଲାନ୍ସ ଜାଲରେ ଭବାନୀପଟଣା ପୌର ସହକାରୀ ନିର୍ବାହୀ ଯନ୍ତ୍ରୀ

mahabharatanews