ଭୁବନେଶ୍ୱର: ଆସନ୍ତା ୨୦ରେ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଆଜି ସର୍ବଦଳୀୟ ବୈଠକ ଶେଷ ହୋଇଛି । ବୈଠକରେ ଗୃହ ସୁପରିଚାଳନା ପାଇଁ ସର୍ବସମ୍ମତିରେ ସହମତି ପ୍ରକାଶ ପାଇଛି । ତେବେ କରୋନା ସଂକ୍ରମଣ ପାଇଁ ଏଥର ମଧ୍ୟ ବିଧାନସଭାରେ ପ୍ରଶ୍ନକାଳ ରହିବ ନାହିଁ । ପ୍ରଥମ ଦିନ ଶୋକ ପ୍ରସ୍ତାବ ପରେ ଗୃହ ପ୍ରଥମାର୍ଦ୍ଦ ବନ୍ଦ ରହିବ, ଏବଂ ଦିନ ୩ଟା ପରେ ଗୃହ କାର୍ୟ୍ୟ ଚାଲିବ ବୋଲି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । କିନ୍ତୁ ଏହି ନିଷ୍ପତ୍ତିକୁ ବିରୋଧୀ ଦଳ ବିରୋଧ କରିଛନ୍ତି । ବିରୋଧୀ କହିଛନ୍ତି ବିଧାନସଭାରେ ଉଠିବାକୁ ରାଜ୍ୟର ଏମିତି ଅନେକ ପ୍ରସଙ୍ଗ ରହିଛି।
କୋଭିଡ ଗାଇଡ଼ଲାଇନ ମଧ୍ୟରେ ଶୀତ ଅଧିବେଶନ ବସିବ। ବିଧାନସଭା ଦିନକୁ ସାଢ଼େ ଚାରି ଘଣ୍ଟା ଚାଲିବ। ଅତିରିକ୍ତ ବଜେଟ ୨୦ ତାରିଖରେ ଉପସ୍ଥାପିତ ହେବାକୁ ନିଷ୍ପତ୍ତି ହୋଇଛି। । ବଜେଟ୍ ପ୍ରସ୍ତାବ ଉପରେ ୩ ଦିନ ଆଲୋଚନା ହେବ। କୋଭିଡ ସ୍ଥିତିକୁ ଦେଖି ବିଧାୟକମାନଙ୍କର ବସିବ ସ୍ଥାନ ନିରୂପଣ କରାଯାଇଛି। ବରିଷ୍ଠ ବିଧାୟକ ମାନେ ଚାହିଁଲେ ଭିଡ଼ିଓ କଂଫେରେନ୍ସିଂ ମାଧ୍ୟମରେ ଯୋଗଦେଇପାରିବେ । ସଦସ୍ୟମାନଙ୍କ ବ୍ୟତୀତ ଲବିକୁ ଅନ୍ୟମାନଙ୍କୁ ଯିବା ଉପରେ କଟକଣା ଲାଗିଛି । ଦିନ ୧୦.୩୦ରୁ ୧ଟା ଓ ୩ଟାରୁ ୫ଟା ପ୍ରତିଦିନ ଗୃହ କାର୍ୟ୍ୟ ଚାଲିବ । ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ ।
।
