ଓଡିଶା

କିଲୋ ପିଛା ୧୦୦ ଟଙ୍କା ଟମାଟୋ ଦର, ଚିନ୍ତାରେ ଗ୍ରାହକ

(ଭୁବନେଶ୍ୱର) : ଅଚାନକ ବୃଦ୍ଧି ପାଇଲା ଟମାଟୋ ଦର  । ବଜାରରେ ଟମାଟୋ କିଲୋପ୍ରତି ୧୦୦  ଟଙ୍କା ପାର୍ ହୋଇଛି । ରାଜଧାନୀ ଭୁବନେଶ୍ୱର ଓ କଟକରେ ଟମାଟୋ କିଲୋ ୭୦ ରୁ ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ରାଜ୍ୟର ଅନ୍ୟ ସହରରେ ଏହାଠାରୁ ଅଧିକ ରହିଛି ।

ସୂଚନାନୁଯାୟୀ ,   ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ବିଳମ୍ବ ବର୍ଷା ଭଳି ବିଭିନ୍ନ କାରଣ ପାଇଁ ଟମାଟୋ ଉତ୍ପାଦନ କମିଛି ।  ଉତ୍ପାଦନ ହ୍ରାସ ପାଉଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । କେବଳ ଓଡ଼ିଶା ନୁହଁ ଦେଶର ବିଭିନ୍ନ ସହରରେ ଟମାଟୋ ଦର ବୃଦ୍ଧି ପାଇଛି । ବେଙ୍ଗାଲୁରୁରେ ଟମାଟୋ କେଜି ପ୍ରତି ଶହେ ଟଙ୍କା ପାର୍‌ କରିଛି । ଟମାଟୋ ଦର ବୃଦ୍ଧିକୁ ନେଇ ସାଧାରଣ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Related posts

ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

mahabharatanews

ଆରମ୍ଭ ହେଲା ବିଜୁ ଛାତ୍ର ଜନତା ଦଳର କର୍ମୀ ସମ୍ମିଳନୀ

mahabharatanews

ରାଜ୍ୟ କରୋନା ସଂକ୍ରମଣରେ ରେକର୍ଡ ଭାଙ୍ଗିଲା, ଆଜି ୨୨୫ ଚିହ୍ନଟ

mahabharatanews