ବିଶ୍ୱ

ଭୁଶୁଡ଼ି ପଡିଲା ବ୍ରିଜ, ପାଣିରେ ବୁଡିଗଲା ଟ୍ରେନ

(ଆମେରିକା) : ମଝି ନଈରେ ଭୁଶୁଡ଼ି ପଡିଲା ବ୍ରିଜ, ପାଣିରେ ବୁଡିଗଲା ଟ୍ରେନ ।  ଆମେରିକାର ମୋଣ୍ଟାନା ସ୍ଥିତ ୟେଲୋଷ୍ଟୋନ ନଦୀ ଉପରେ ଏକ ବ୍ରିଜ ଶନିବାର ଦିନ ସକାଳେ ଭୁଶୁଡି ପଡିଛି । ଯେଉଁଥିପାଇଁ ବିପଜ୍ଜନକ ସାମଗ୍ରୀ ପରିବହନ କରୁଥିବା ମାଲବାହୀ ଟ୍ରେନର କିଛି ବଗୀ ନଦୀକୁ ଖସିପଡିଥିଲା ​।

 ସୂଚନାଅନୁସାରେ, ମାଲବାହୀ ଟ୍ରେନଟି ଟ୍ୟାଙ୍କରରେ ଗରମ ଆସଫାଲ୍ଟ ଏବଂ ତରଳା ଯାଇଥିବା ଗନ୍ଧକ ନେଇ ଆସୁଥିଲା । ସକାଳ ୬ଟାରେ ଦୁର୍ଘଟଣା ପରେ ବିପଦର ଆକଳନ କରୁଥିବା ବେଳେ କର୍ତ୍ତୃପକ୍ଷ ନଦୀର ତଳମୁଣ୍ଡ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ବନ୍ଦ କରି ଦେଇଛନ୍ତି । ତେବେ କିଛି ଟ୍ୟାଙ୍କରରୁ ହଳଦିଆ ପଦାର୍ଥ ବାହାରୁ ଥିବା ଦେଖିବାକୁ ମିଳିଛି । ତିନୋଟି ଆସଫାଲ୍ଟ ଟ୍ୟାଙ୍କର୍ ଏବଂ ଚାରିଟି ସଲଫର୍ ଟ୍ୟାଙ୍କର୍ ନଦୀରେ ପଡ଼ିଛି । ମୋଣ୍ଟାନା ରେଳ ଲିଙ୍କ ମୁଖପାତ୍ର ଆଣ୍ଡି ଗାରଲ୍ୟାଣ୍ଡ ଏକ ବିବୃତ୍ତିରେ କହିଛନ୍ତି ଯେ ଟ୍ରେନ କର୍ମଚାରୀ ସୁରକ୍ଷିତ ଅଛନ୍ତି ଏବଂ କୌଣସି ଆହତ ଖବର ହୋଇନାହିଁ ।

 

Related posts

ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢି ପାରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

mahabharatanews

ସଫଳ ପ୍ରସ୍ତୁତ ଚଳଚ୍ଚିତ୍ର ‘ଅଦ୍ୱିତୀୟ’ ଆନ୍ତର୍ଜାତୀୟ ସ୍ତରରେ ଦୁଇଟି ବର୍ଗରେ ପୁରସ୍କୃତ ହୋଇଛି

mahabharatanews

ମେକ୍ସିକୋରେ ଲଘୁଚାପଜନିତ ଭୟଙ୍କର ବାତ୍ୟା ‘ହିଲାରି

mahabharatanews