ବିଶ୍ୱ

ଭୁଶୁଡ଼ି ପଡିଲା ବ୍ରିଜ, ପାଣିରେ ବୁଡିଗଲା ଟ୍ରେନ

(ଆମେରିକା) : ମଝି ନଈରେ ଭୁଶୁଡ଼ି ପଡିଲା ବ୍ରିଜ, ପାଣିରେ ବୁଡିଗଲା ଟ୍ରେନ ।  ଆମେରିକାର ମୋଣ୍ଟାନା ସ୍ଥିତ ୟେଲୋଷ୍ଟୋନ ନଦୀ ଉପରେ ଏକ ବ୍ରିଜ ଶନିବାର ଦିନ ସକାଳେ ଭୁଶୁଡି ପଡିଛି । ଯେଉଁଥିପାଇଁ ବିପଜ୍ଜନକ ସାମଗ୍ରୀ ପରିବହନ କରୁଥିବା ମାଲବାହୀ ଟ୍ରେନର କିଛି ବଗୀ ନଦୀକୁ ଖସିପଡିଥିଲା ​।

 ସୂଚନାଅନୁସାରେ, ମାଲବାହୀ ଟ୍ରେନଟି ଟ୍ୟାଙ୍କରରେ ଗରମ ଆସଫାଲ୍ଟ ଏବଂ ତରଳା ଯାଇଥିବା ଗନ୍ଧକ ନେଇ ଆସୁଥିଲା । ସକାଳ ୬ଟାରେ ଦୁର୍ଘଟଣା ପରେ ବିପଦର ଆକଳନ କରୁଥିବା ବେଳେ କର୍ତ୍ତୃପକ୍ଷ ନଦୀର ତଳମୁଣ୍ଡ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ବନ୍ଦ କରି ଦେଇଛନ୍ତି । ତେବେ କିଛି ଟ୍ୟାଙ୍କରରୁ ହଳଦିଆ ପଦାର୍ଥ ବାହାରୁ ଥିବା ଦେଖିବାକୁ ମିଳିଛି । ତିନୋଟି ଆସଫାଲ୍ଟ ଟ୍ୟାଙ୍କର୍ ଏବଂ ଚାରିଟି ସଲଫର୍ ଟ୍ୟାଙ୍କର୍ ନଦୀରେ ପଡ଼ିଛି । ମୋଣ୍ଟାନା ରେଳ ଲିଙ୍କ ମୁଖପାତ୍ର ଆଣ୍ଡି ଗାରଲ୍ୟାଣ୍ଡ ଏକ ବିବୃତ୍ତିରେ କହିଛନ୍ତି ଯେ ଟ୍ରେନ କର୍ମଚାରୀ ସୁରକ୍ଷିତ ଅଛନ୍ତି ଏବଂ କୌଣସି ଆହତ ଖବର ହୋଇନାହିଁ ।

 

Related posts

ବ୍ରିଟେନରେ ଚିହ୍ନଟ ହେଲା ବିରଳ ଭୂତାଣୁ ମଙ୍କିପକ୍ସ

mahabharatanews

ଉଗ୍ର ରୂପ ନେଲା ସୀମା ବିବାଦ: ଉତ୍ତରକୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ଗୁଳି ବିନିମୟ

mahabharatanews

ଚନ୍ଦ୍ର ପୃଷ୍ଠରେ ପ୍ରଥମ ଥର ଲାଗି ପାଦ ଦେବେ ଜଣେ ମହିଳା

mahabharatanews