ଓଡିଶା

 ୫–ଟି ସଚିବଙ୍କ ଜଗତସିଂହପୁର ଗସ୍ତ 

(ଜଗତସିଂହପୁର) : ଜଗତସିଂହପୁର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ୫–ଟି ସଚିବ ଭି. କେ. ପାଣ୍ଡିଆନ। ବିରୋଧୀଙ୍କ ସମାଲୋଚନା ପରେ ମଧ୍ୟ ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି ୫–ଟି ସଚିବ । ଏହାସହ ବିଭିନ୍ନ ସରକାରୀ ପ୍ରକଳ୍ପ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ସହିତ ଆଲୋଚନା କରିଛନ୍ତି।

ସୂଚନାନୁଯାୟୀ ,  ଆଜି ପ୍ରଥମେ ୫ଟି ସଚିବ ଏରସମା ବ୍ଲକ୍‌ର ଶିଆଳି ସମୁଦ୍ର ବେଳାଭୂମି ପରିଦର୍ଶନ କରିବା ସହ ଅଗ୍ରାଧିକାର ଭିତ୍ତିରେ ଲୁଣାବନ୍ଧ ସୁରକ୍ଷା ଓ ବିକାଶ ପ୍ରକଳ୍ପ ହାତକୁ ନିଆଯିବ ବୋଲି କହିଥିଲେ। ତିନି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୪ଟି ବ୍ଲକ୍‌ର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନିମନ୍ତେ ୪୭୮ କୋଟି ଟଙ୍କା ବ୍ୟୟରେ ଏକ ବୃହତ୍ତ ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ପ୍ରକାଶ କରିବା ସହ ଖୁବ୍‌ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ।  ଏହାସହ ଏସଭିଏମ୍ କଲେଜ ପଡ଼ିଆରେ ଜିଲ୍ଲାର ସମସ୍ତ ଡିଗ୍ରି କଲେଜ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସଂସ୍କୃତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ୫-ଟି ରୂପାନ୍ତରଣରେ ଜିଲ୍ଲାରେ ୭୦ଟି ଡିଗ୍ରି କଲେଜ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସଂସ୍କୃତ କଲେଜ ପାଇଁ ମୋଟ୍ ୩୨ କୋଟି ୫୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଅନୁ ମୋଦନ କରିଥିବା ସେ ସୂଚନା ପ୍ରଦାନ କରିଥିଲେ।

Related posts

ବାଇକରୁ ପଡି ଯୁବକଙ୍କର ମୃତ୍ୟୁ

mahabharatanews

ଗରିବଙ୍କ ଉପରେ ଫାଇନାନ୍ସ କମ୍ପାନୀର ଜୁଲମ

mahabharatanews

ଗୋଟିଏ ପ୍ଲାଟଫର୍ମରେ ସାମିଲ୍‌ ହେବାକୁ ଆହ୍ବାନ ଦେଇଛନ୍ତି ମହମ୍ମଦ ମୋକିମ୍‌

mahabharatanews