ଭାରତ

 ଷ୍ଟିଲ୍‌ ପ୍ଲାଣ୍ଟ୍‌’ରେ ଭୟାବହ ଅଗ୍ନିକାଣ୍ଡ

 (ଝାଡ଼ଖଣ୍ଡ)  : ଅଚାନକ ଷ୍ଟିଲ୍‌ ପ୍ଲାଣ୍ଟ୍‌’ରେ ଭୟାବହ ଅଗ୍ନିକାଣ୍ଡ । ଗୁରୁବାର ରାତିରେ ଝାଡ଼ଖଣ୍ଡର ବୋକାରୋସ୍ଥିତ ‘ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ର ‘ବୋକାରୋ ଷ୍ଟିଲ୍‌ ପ୍ଲାଣ୍ଟ୍‌’ର (ବିଏସ୍‌ଏଲ୍‌) ‘ଷ୍ଟିଲ୍‌ ମେଲ୍‌ଟିଙ୍ଗ୍‌ ସପ୍‌’ରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି  ।

ସୂଚନାନୁଯାୟୀ , ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ନିଆଁ ଲିଭାଇବା ଲାଗି ୫ଟି ଦମକଳ ମୁତୟନ କରାଯାଇଥିଲା। ନିଆଁ ଲାଗିବାର ପ୍ରକୃତ କାରଣ ଜାଣିବା ଲାଗି ତଦନ୍ତ କରାଯିବ। ଉତ୍ତପ୍ତ ତରଳ ଧାତୁ ‘ଲିକ୍‌’ କରିବାରୁ ରାତି ପ୍ରାୟ ୧୧ଟା ବେଳେ ନିଆଁ ଲାଗିଥିଲା। ଏହି ଅଗ୍ନିକାଣ୍ଡ ଯୋଗୁଁ , ‘ଷ୍ଟିଲ୍‌ ମେଲ୍‌ଟିଙ୍ଗ୍‌ ସପ୍‌-୨’ର ଟନ୍‌ଡିସ୍‌ କାର୍‌ ଓ ‘କାଷ୍ଟର୍‌-୨’ର ବହୁଳାଂଶ ପୋଡ଼ି ନଷ୍ଟ ହୋଇଯାଇଛି ବୋଲି ଜଣେ ଅଧିକାରୀ  କହିଛନ୍ତି।

Related posts

ସେନା ନିଯୁକ୍ତି ପାଇଁ କେନ୍ଦ୍ରର ‘ଅଗ୍ନିପଥ’ ଯୋଜନାକୁ ସୁପ୍ରିମକୋର୍ଟଙ୍କ ଅନୁମୋଦନ

mahabharatanews

ସୋଆ ପ୍ରଫେସରଙ୍କୁ ଭିଡିଗୁଡ ଇଣ୍ଟରନ୍ୟାସନାଲ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ

mahabharatanews

ଡିଏନଏ ଟେଷ୍ଟ ପାଇଁ କାହାରିକୁ ବାଧ୍ୟ କରାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ

mahabharatanews