ବିଶ୍ୱ

ପ୍ୟାରିସ ହିଂସାକାଣ୍ଡ; ନାବାଳିକାର ହତ୍ୟାକୁ ନିନ୍ଦା

(ପ୍ୟାରିସ):  ମଙ୍ଗଳବାର ପୋଲିସ ଗୁଳିରେ ଜଣେ ୧୭ ବର୍ଷୀୟା ବାଳିକା ନାହେଲ ଏମ୍‌ ନିହତ ହେବା ପରେ ଏହାର ପ୍ରତିବାଦରେ ଗୁରୁବାର ପୂର୍ବାହ୍ଣରେ ପ୍ୟାରିସରେ ପୋଡ଼ାଜଳା ଓ ହିଂସାକାଣ୍ଡ ଦେଖିବାକୁ ମିଳିଛି। ନିହତା ବାଳିକାଙ୍କ ମାଆ ଗୁରୁବାର ଉକ୍ତ ଆନ୍ଦୋଳନ ପାଇଁ ଆହ୍ବାନ ଦେଇଥିଲେ।  ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ପରିସ୍ଥିତିକୁ ଭୋର ସମୟର ସଂକଟ ବୋଲି ଅଭିହିତ କରିବା ସହ ନାବାଳିକାର ହତ୍ୟାକୁ ନିନ୍ଦା କରିଛନ୍ତି ଏବଂ ଲୋକମାନଙ୍କୁ ଶାନ୍ତ ରହିବା ପାଇଁ ଅନୁରୋଧ କରିଛନ୍ତି।

ସୂଚନାନୁଯାୟୀ , ଅନ୍ୟାନ୍ୟ ସହରକୁ ମଧ୍ୟ ଏହି ହିଂସା ବ୍ୟାପିଥିଲା ପୁଲିସ ପକ୍ଷରୁ ପ୍ରାୟ ‌୧୫୦ ପ୍ରତିବାଦକାରୀଙ୍କୁ ଗିରଫ କରାଯାଇଛି। ପ୍ୟାରିସ ଉପକଣ୍ଠ ନାନ୍ତେରେଠାରେ ଟ୍ରାଫିକ୍ ନିୟମ ନ ମାନିବାରୁ ପୁଲିସ ଗୁଳିରେ ବାଳିକାର ମୃତ୍ୟକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପୁଲିସ ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ଚେଷ୍ଟା କଲାବେଳେ ପୁଲିସ ସହ ସଂଘର୍ଷ ଆରମ୍ଭ ହୋଇଯାଇଥିଲା।

Related posts

ଟୋକିଓ ବିମାନ ବନ୍ଦରରେ ଭୟଙ୍କର ବିମାନ ଦୁର୍ଘଟଣା

mahabharatanews

ଯୁଦ୍ଧରେ ଗଲାଣି ୧୦ ହଜାର ଋଷ ସୈନିକଙ୍କ ଜୀବନ

mahabharatanews

ମୂଷାମୟ ବ୍ରିଟେନ

mahabharatanews