ଓଡିଶା

ଧୋଇହୋଇଗଲା ଧବଳେଶ୍ୱର ମନ୍ଦିର ରାସ୍ତା

(କଟକ) :  ମହାନଦୀରେ ପ୍ରବଳରୁ ଅତି ପ୍ରବଳ ପାଣି ଆସୁଥିବାରୁ ଧବଳେଶ୍ୱର ଅସ୍ଥାୟୀ ରାସ୍ତା ଧୋଇଯାଇଥିବାର ସୂଚନା  ମିଳିଛି ତେବେ ରାସ୍ତା ଧୋଇ ଯିବାରୁ ଧବଳେଶ୍ୱରଙ୍କ ଦର୍ଶନରୁ ଶ୍ରଦ୍ଧାଳୁମାନେ ବଞ୍ଚିତ ହୋଇଛନ୍ତି। ଝୁଲାପୋଲ ବନ୍ଦ ଥିବାରୁ ଅସ୍ଥାୟୀ ରାସ୍ତାରେ ଭକ୍ତମାନେ ଯାତାୟତ କରୁଥିଲେ।

 

ସୂଚନାନୁଯାୟୀ ,  ପୂର୍ବରୁ କୌଣସି କାରଣରୁ ଝୁଲା ପୋଲକୁ ବନ୍ଦ କରି ଦିଆଯାଇଛି। ମହାନଦୀରେ ଡଙ୍ଗାରେ ଯିବା ବି ବନ୍ଦ ରହିଛି । ଫଳରେ ଏଭଳି ସ୍ଥିତିରେ ମହାନଦୀରେ ନିର୍ମିତ ଅସ୍ଥାୟୀ ରାସ୍ତା ଦେଇ ବାବା ଧବଳେଶ୍ବରଙ୍କୁ ଦର୍ଶନ କରିବାର ସୁଯୋଗ ରହିଛି। କିନ୍ତୁ ଆଗକୁ ଶ୍ରାବଣ ମାସ ଓ ବର୍ଷା ଋତୁ ଆସୁଥିବା ବେଳେ ଶ୍ରଦ୍ଧାଳୁ ମନ୍ଦିରକୁ କେଉଁ ବାଟେ ଯିବେ ତାହାକୁ ନେଇ ଚିନ୍ତାରେ କାଉଡିଆ ।

Related posts

ସାଲେପୁର ହାଇସ୍କୁଲର ପ୍ଲାଟିନମ ଜୁବୁଲି ଉଦ୍ୟାପିତ

mahabharatanews

ଧାନଗଛ ରୋଇଲେ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

mahabharatanews

କ୍ୱାରେଣ୍ଟାଇନ ପରେ ପ୍ରୋତ୍ସାହନ ରାଶି ମିଳିବାରେ ବିଳମ୍ବ ନେଇ ପ୍ରବାସୀ ଶ୍ରମିକଙ୍କ ଧାରଣା

mahabharatanews