(ବାଲେଶ୍ଵର) : ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ମାସେ ପୁରିଥିଲେ ମଧ୍ୟ ଏହାକୁ ଭୁଲିବା ଏତେ ସହଜ ହେଉନାହିଁ । ଆଜିବି ମାନେ ପଡୁଛି ସେଇ କରାଳକାଳ ରାତ୍ରିର ଦୃଶ୍ୟ । ତେବେ ସିବିଆଇ ଏହାର ତଦନ୍ତ କରୁଛି । ଏହି ସମୟରେ କେନ୍ଦ୍ର ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଦକ୍ଷିଣ-ପୂର୍ବ ରେଳପଥର ଜନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି ।
ଭାରତୀୟ ରେଳବାଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଦକ୍ଷିଣ ପୂର୍ବ ରେଳବାଇର ନୂଆ ଜେନାରେଲ ମ୍ୟାନେଜର ଭାବେ ଅନୀଲ କୁମାର ମିଶ୍ରଙ୍କୁ କ୍ୟାବିନେଟ୍ ନିଯୁକ୍ତି କମିଟି ଅନୁମୋଦନ କରିଛି ।
ସୂଚନାନୁଯାୟୀ , ଜୁନ ୨ ତାରିଖରେ ଘଟିଥିଲା ଏହି ଟ୍ରେନ୍ ଦୁର୍ଘଟଣା । ଏଥିରେ ବର୍ତ୍ତମାନ ସୁଦ୍ଧା ୨୯୩ ଜଣଙ୍କର ମୃତ୍ୟୁ ହୋଇଛି । ଆହୁରି ଅନେକ ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ଗତକାଲି ୨୯ଜଣଙ୍କର DNA ରିପୋର୍ଟ ଆସିଛି ।
