ଓଡିଶା

ରେଳ ଦୁର୍ଘଟଣା : ପଦରୁ ବହିସ୍କୃତ ହେଲେ ଦକ୍ଷିଣ-ପୂର୍ବ ଜେନେରାଲ ମ୍ୟାନେଜର

(ବାଲେଶ୍ଵର) :  ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ମାସେ ପୁରିଥିଲେ ମଧ୍ୟ ଏହାକୁ ଭୁଲିବା ଏତେ ସହଜ ହେଉନାହିଁ  । ଆଜିବି ମାନେ ପଡୁଛି ସେଇ କରାଳକାଳ ରାତ୍ରିର ଦୃଶ୍ୟ  । ତେବେ ସିବିଆଇ ଏହାର ତଦନ୍ତ କରୁଛି । ଏହି ସମୟରେ କେନ୍ଦ୍ର ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଦକ୍ଷିଣ-ପୂର୍ବ ରେଳପଥର ଜନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି ।

ଭାରତୀୟ ରେଳବାଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଦକ୍ଷିଣ ପୂର୍ବ ରେଳବାଇର ନୂଆ ଜେନାରେଲ ମ୍ୟାନେଜର ଭାବେ ଅନୀଲ କୁମାର ମିଶ୍ରଙ୍କୁ କ୍ୟାବିନେଟ୍ ନିଯୁକ୍ତି କମିଟି ଅନୁମୋଦନ କରିଛି ।

ସୂଚନାନୁଯାୟୀ , ଜୁନ ୨ ତାରିଖରେ ଘଟିଥିଲା ଏହି ଟ୍ରେନ୍ ଦୁର୍ଘଟଣା । ଏଥିରେ ବର୍ତ୍ତମାନ ସୁଦ୍ଧା ୨୯୩  ଜଣଙ୍କର ମୃତ୍ୟୁ ହୋଇଛି । ଆହୁରି ଅନେକ ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ଗତକାଲି ୨୯ଜଣଙ୍କର DNA ରିପୋର୍ଟ ଆସିଛି ।

Related posts

ପ୍ରଧାନ ଶିକ୍ଷକଙ୍କୁ ଗ୍ରାମବାସୀ ଙ୍କ ବିଦାୟ କାଲିନ ସମ୍ବର୍ଦ୍ଧନା

mahabharatanews

ଉୟୁରଭଞ୍ଜ ଡିଗ୍ରୀକଲେଜକୁ ସମ୍ମାନିତ କଲେ ମହାମହିମ ରାଷ୍ଟ୍ରପତି

mahabharatanews

କୁଟୁରାପାଲିର ଜୁଆ ଅଡ୍ଡାରେ ଚଢ଼ାଉ, ୧୭ ଯୁଆଡ଼ି ଗିରଫ

mahabharatanews