ଓଡିଶା

ଆରମ୍ଭ ହେଲା ପହଣ୍ଡି,ସିଂହାସନକୁ ବିଜେ କରିବେ ସୁଦର୍ଶନ

(ପୁରୀ) : ଲୀଳା ସାରି ଜନ୍ମବେଦୀରୁ ରତ୍ନବେଦିକୁ ବାହୁଡ଼ିଛି ଶ୍ରୀଜିଉ । ସରିଛି ନବଦିନାତ୍ମକ ଘୋଷଯାତ୍ରା। ଅପରାହ୍ଣ ୪ଟାରେ ପହଣ୍ଡି ଆରମ୍ଭ ହୋଇଛି । ରାତି ୧୦ଟା ସୁଦ୍ଧା ପହଣ୍ଡି ଶେଷ ପରେ ରୁନ୍ଧା କାର୍ଯ୍ୟ ସମାପନ ହେବ। ରାତି ସାଢ଼େ ୧୨ଟା ସୁଦ୍ଧା ରୁନ୍ଧା ସରିବା ପରେ ଗୋଟାଏରୁ ଦଇତାପତି ସର୍ବାଙ୍ଗ, ଶ୍ରୀମୁଖ ଖଣ୍ଡୁଆ, ଚାରମାଳ ଫିଟା ନୀତି ଅନୁଷ୍ଠିତ ହେବ। ରାତି ସାଢ଼େ ୨ଟାରେ ସୁଦର୍ଶନ ସିଂହାସନକୁ ବିଜେ କରିବେ।  ରାତି ୩ଟା ୩୫ରେ ରୋଷହୋମ, ମଇଲମ, ୩ଟା ୪୫ରେ ଚନ୍ଦନଲାଗି, ୪ଟାରେ ସୂର୍ଯ୍ୟପୂଜା, ୪ଟା ୧୫ରେ ଦ୍ବାରପାଳ ପୂଜା, ବଡ଼ସିଂହାର ବେଶ, ୪ଟା ୪୫ରେ ବଡ଼ସିଂହାର ଭୋଗ ହୋଇ ସକାଳ ୫ଟାରେ ରାତ୍ର ପହୁଡ଼ ହେବ।

ସୂଚନାନୁଯାୟୀ ,  ୧୨ ଦିନର ମାନବୀୟ ଲୀଳାଖେଳା ଶେଷ ପରେ ଶନିବାର ଅର୍ଥାତ ଆଜି ସିଂହଦ୍ବାରରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିରକୁ ବିଜେ କରିବେ। ରଥାରୂଢ଼ ଠାକୁରେ ଗୋଟି ପହଣ୍ଡିରେ ରତ୍ନସିଂହାସନକୁ ଫେରିବେ।

Related posts

ବନାଗ୍ନି ନିୟନ୍ତ୍ରଣ ପାଇଁ ଶିମିଳିପାଳରେ ସ୍ୱତନ୍ତ୍ର ପଦକ୍ଷେପ 

mahabharatanews

ଗାଁକୁ ରାସ୍ତା ନାଇଁ ! ଖଟରେ ବୁହା ହେଲେ ନବଜାତ ଶିଶୁ ଓ ମା

mahabharatanews

ପୁଲିସ- ମାଓବାଦୀ ମୁହାଁମୁହିଁ; ୨ ଯବାନ ଗୁରୁତର 

mahabharatanews