ଭାରତ

ପ୍ରବଳ ବର୍ଷା : ଗୁଜୁରାଟରେ ବନ୍ୟା ପରିସ୍ଥିତି ସୃଷ୍ଟି 

(ଗୁଜୁରାଟ) : ଦେଶରେ ମୌସୁମୀ ଛୁଇଁବାପରେ ଗୁଜରାଟରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଏଥିଯୋଗୁ ରାଜ୍ୟର କେତେକ ତଳିଆ ଅଞ୍ଚଳ ଜଳବନ୍ଦୀ ହୋଇ ରହିବା ସହିତ ବନ୍ୟା ଭଳି ସ୍ଥିତି ସୃଷ୍ଟି କରିଛି। କଚ୍ଚ, ଜାମନଗର, ଜୁନାଗଡ଼ ଏବଂ ନବସାରିର କେତେକ ସର୍ବାଧିକ ପ୍ରଭାବିତ ଅଞ୍ଚଳରେ ଏନଡିଆରଏଫ ଏବଂ ଏସଡିଆରଏଫ ମୁତୟନ କରାଯାଇଛି।

ସୂଚନାନୁଯାୟୀ, ଭାରତୀୟ ପାଣିପାଗ ବିଭାଗ ଗତକାଲି କର୍ଣ୍ଣାଟକ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ ଏବଂ ମହାରାଷ୍ଟ୍ରରେ ୫ ଦିନ ପାଇଁ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରିଛି। ବିହାରରେ ଅବିଶ୍ରାନ୍ତ ବର୍ଷା ଯୋଗୁ ଗଣ୍ଡକ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଗତରାତିରୁ ବର୍ଷା ଲାଗି ରହିଥିବାରୁ ଗୋପାଳଗଞ୍ଜର କେତେକ ଅଞ୍ଚଳ ପାଣି ଭର୍ତ୍ତି ହୋଇ ରହିଛି। ଦିଲ୍ଲୀରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଆକାଶ ମେଘୁଆ ରହିବ। ହାଲକା ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଜୁଲାଇ ୫ ଓ ୬ ତାରିଖ ପାଇଁ ଦିଲ୍ଲୀରେ ମଧ୍ୟମ ଧରଣର ବର୍ଷା ହେବ। ଏଥିପାଇଁ ୟେଲୋ ଆଲର୍ଟ ଜାରି ହୋଇଛି।

Related posts

ପୁଣି ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ସମନ

mahabharatanews

Economic Survey 2024: ଚାକିରି ଛଡ଼ାଇନେବ ଏଆଇ

mahabharatanews

ମେକ୍ସିକୋ ଏବଂ ଗୁଆଟେମାଲାରେ ଭୂକମ୍ପ

mahabharatanews