ଓଡିଶା

 ରଥ ଦଉଡି ଛିଡ଼ିବା ଘଟଣା : ଆଖି ବୁଜିଲେ  ଭୋଇ ସେବକ

(ପୁରୀ): ଆଉ ନାହାନ୍ତି ଶ୍ରୀକ୍ଷେତ୍ରରେ ବାହୁଡ଼ାଯାତ୍ରା ସମୟରେ ଗୁରୁତର ହୋଇ ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଥିବା ମହାପ୍ରଭୁ ବଳଭଦ୍ରଙ୍କ ଭୋଇ ସେବକ । ଆଜି ସକାଳୁ ମୃତ୍ୟୁ ହୋଇଛି ।

ସୂଚନାନୁଯାୟୀ ,ଗତ ୨୮ ତାରିଖ ଦିନ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ତିନି ରଥକୁ ଭକ୍ତମାନେ ଟାଣିଥିଲେ। ବଳଭଦ୍ରଙ୍କ ତାଳଧ୍ବଜ ଟଣାଯାଉଥିବା ବେଳେ ଏକ ଅଘଟଣ ଘଟିଥିଲା। ଏହି ରଥ ମାର୍କେଟ ଛକରେ ପହଞ୍ଚିବା ପରେ ଅଘଟଣ ଘଟିଥିଲା। ରଥ ଦଉଡ଼ିଟି ତାଣରୁ ଖସିଯାଇଥିଲା। ଫଳରେ ରଥ ଦଉଡ଼ି ଧରିଥିବା ଭୋଇ ସେବକ ନକୁଳ ଭୋଇଙ୍କ ସମେତ ଆଉ କିଛି ଭକ୍ତ ତଳେ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ଦମକଳ ବାହିନୀର ଗାଡ଼ିରେ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି ।

Related posts

ନଦୀବନ୍ଧ ସର୍ବେକ୍ଷଣରେ ବିଶେଶ୍ୱର ଟୁଡୁ

mahabharatanews

ସୁନା ଦରରେ ପରିବର୍ତ୍ତନ, ଚିନ୍ତାରେ ଗ୍ରାହକ

mahabharatanews

ସତର୍କତା ଜାରିକଲା ଭାରତୀୟ ପାଣିପାଗ ବିଭାଗ ଆଗକୁ ଆହୁରି ଜାଳିବ ।

mahabharatanews