(ମୁମ୍ବାଇ) : ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କ ବନ୍ଧୁତା କଥା କାହାକୁ ବା ଅଛପା । ଉଭୟ ପରସ୍ପରଙ୍କର ଅଭିନୟ, ଫିଲ୍ମର ଅନେକ ଥର ପ୍ରଶଂସା କରୁଥିବାର ଦେଖିବା ପାଇଁ ମିଳିଥାଏ । ବର୍ତ୍ତମାନ ସଲମାନ କିଙ୍ଗ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ଜୱାନ’ର ଟ୍ରେଲର ଖୁବ ପ୍ରଶଂସା କରିଛନ୍ତି । ଏପରିକି ପ୍ରଥମ ଦିନରେ ଶାହାରୁଖ ଖାନଙ୍କ ଫିଲ୍ମ ଦେଖିବାକୁ ଯିବେ ବୋଲି କହିଛନ୍ତି ଭାଇଜାନ ।
ସୂଚନାନୁଯାୟୀ , ସଲମାନ ତାଙ୍କ ଇନଷ୍ଟାଗ୍ରାମରେ ‘ଜୱାନ’ର ପ୍ରିଭ୍ୟୁ ସେୟାର କରି ଏକ ରୋମାଞ୍ଚକ କ୍ୟାପସନ୍ ଲେଖିଛନ୍ତି । କ୍ୟାପସନରେ ଲେଖିଛନ୍ତି, ‘ପଠାନ୍”ଜୱାନ’ ସାଜିଛନ୍ତି । ସୁନ୍ଦର ଟ୍ରେଲର । ଏହା ଏପରି ଏକ ଚଳଚ୍ଚିତ୍ର ଯାହାକୁ ଆମେ କେବଳ ପ୍ରେକ୍ଷାଳୟରେ ଦେଖିବା ଉଚିତ୍ । ମୁଁ ନିଶ୍ଚିତ ଭାବରେ ପ୍ରଥମ ଦିନରେ ଏହି ଫିଲ୍ମକୁ ଦେଖିବା ପାଇଁ ଯିବି । ଆପଣ ମାନେ ମଧ୍ୟ ସିନେମାର ମଜା ନିଅନ୍ତୁ ।