ଭାରତ

ଅପରାହ୍ଣ ୨ଟା ୩୫ରେ ଲଞ୍ଚ ହେବ ଚନ୍ଦ୍ରଯାନ-୩

(ଦିଲ୍ଲୀ) : ୧୪ରେ ଲଞ୍ଚ ହେବ ଚନ୍ଦ୍ରଯାନ-୩ । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଗୁରୁବାର ଘୋଷଣା କରିଛି । ଆନ୍ଧ୍ରପ୍ରଦେଶର ସତୀଶ ଧାବନ ମହାକାଶ କେନ୍ଦ୍ରରୁ ନୂତନ ଲଞ୍ଚ ଭେହିକ୍‌ଲ ଏଲ୍‌ଭିଏମ୍‌-୩ ସାହାଯ୍ୟରେ ଏହାକୁ ଉତ୍‌କ୍ଷେପଣ କରାଯିବ।

ଇସ୍ରୋ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି, ଜୁଲାଇ ୧୪ ଅପରାହ୍ଣ ୨ଟା ୩୫ରେ ଏହାକୁ ଉତ୍‌କ୍ଷେପଣ କରାଯିବ। ଜୁଲାଇ ୧୪ରେ ଏହି ଯାନ ତା’ର ଊର୍ଦ୍ଧ୍ବଗତି ଆରମ୍ଭ କରି ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ପୂର୍ବରୁ ଗତମାସରେ ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ କହିଥିଲେ ଯେ, ଜୁଲାଇ ୧୩ରୁ ୧୯ ଭିତରେ ଭାରତର ତୃତୀୟ ଚନ୍ଦ୍ର ଅଭିଯାନରେ ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ କରାଯିବ।

Related posts

ଆଲାଏନ୍ସ ଏୟାରକୁ ସରକାର ଦେବେ ୩୦୦ କୋଟି ପାଣ୍ଠି

mahabharatanews

ଆଜିଠୁ ଦିଲ୍ଲୀ ବିଧାନସଭା ଅଧିବେଶନ ଆରମ୍ଭ 

mahabharatanews

ସ୍ୱାସ୍ଥ୍ୟଜନିତ ସମସ୍ୟା ନେଇ ମେଡିକାଲରେ ଭର୍ତ୍ତି ହେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

mahabharatanews