ମନୋରଞ୍ଜନ

ବୋହୁ ହେବେ ପରିଣୀତି, ଜୟପୁର ଅଭିମୁଖେ ପରିବାର ବର୍ଗ

(ମୁମ୍ବାଇ) : ଆସନ୍ତା ୨୪ ତାରିଖରେ ରାଜସ୍ଥାନର ଉଦୟପୁରଠାରେ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ରାଜନେତା ରାଘବ ଚଢ଼ାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଆଜି ପରିବାର ବର୍ଗ ବିଭିନ୍ନ ପରମ୍ପରା ପାଳିବା ପାଇଁ ଜୟପୁର ବାହାରି ଯାଇଛନ୍ତି । ରାଘବ ମଧ୍ୟ ଜୟପୁର ବାହାରିଥିବା ବେଳେ ତାଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ଲାଗିଥିଲା l ଏଥିସହ ସମସ୍ତେ ଅଭିନନ୍ଦନ ଜଣାଇଛନ୍ତି ।

ସୂଚନାନୁଯାୟୀ , ବରଯାତ୍ରୀଙ୍କୁ ରାଜସ୍ଥାନୀ ସଂସ୍କୃତି ଓ ପରମ୍ପରାରେ ସ୍ବାଗତ କରାଯିବ। ବିବାହ ମଣ୍ଡପକୁ ସଜାଇବା ଲାଗି କୋଲକାତା ଓ ଦିଲ୍ଲୀରୁ ସ୍ବତନ୍ତ୍ର ଧରଣର ଧଳା ରଙ୍ଗର ଫୁଲମାନ ମଗାଯାଇଛି।ପ୍ରୀତିଭୋଜନରେ ବିଭିନ୍ନ ପ୍ରକାର ପଞ୍ଜାବୀ ଓ ରାଜସ୍ଥାନୀ ବ୍ୟଞ୍ଜନ ପରଷାଯିବ। ଚଳିତବର୍ଷ ପ୍ରାରମ୍ଭରେ ମୁମ୍ବାଇର ଏକ ଭୋଜନାଳୟରେ ପରିଣୀତି ଓ ରାଘବ ଏକାଠି ବସି ଖାଉଥିବାର ଫଟୋ ପ୍ରସାରିତ ହେଲା ପରେ ସେମାନଙ୍କ ଭିତରେ ପ୍ରେମସମ୍ପର୍କ ଗଢ଼ି ଉଠିଥିବା ଚର୍ଚ୍ଚା ହୋଇଥିଲା।

Related posts

ସଡ଼କ ଦୁର୍ଘଟଣାରେ ଲୋକପ୍ରିୟ ଅଭିନେତ୍ରୀ ପବିତ୍ରା ଜୟରାମଙ୍କ ଦେହାନ୍ତ

mahabharatanews

ଗିରଫ ହେବେ ଜରିନ ଖାନ 

mahabharatanews

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

mahabharatanews